Friday, November 6, 2026
ADVERTISEMENT
Home ଆଞ୍ଚଳିକ ୨ ବ୍ୟକ୍ତିଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

୨ ବ୍ୟକ୍ତିଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

187
ADVERTISEMENT

ହିଞ୍ଜିଳିକାଟୁ,୨୮/୧୦(ଶେଷଦେବ ସାହୁ):-ଗତ ୨ ଦିନ ପୂର୍ବେ ସ୍ଥାନୀୟ ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମରେ ୨ ସାହିର ୨ ଜଣ ବ୍ୟକ୍ତିଙ୍କ ପୃଥକ ପୃଥକ ସ୍ଥାନରେ ମୃତ୍ୟୁ ଘଟିଥିବା ଅଞ୍ଚଳରେ ଆଲୋଚନା ଓ ଆଲୋଡନ ସୃଷ୍ଟି କରିଛି। ଗ୍ରାମର ମରାଠୀ ସାହିରେ ଗୋଟିଏ ଘଟଣା ଘଟିଥିଲା ବେଳେ ଅନ୍ୟ ଘଟଣାଟି ଗ୍ରାମର ଆନ୍ଧ୍ରା ସାହିରେ ଘଟିଛି। ପୁଜା ପାର୍ବଣ ସକାଶେ ଅଞ୍ଚଳରେ କରୋନା କଟକଣା ବଳ ବତ୍ତର ରହିଥିବା ବେଳେ ସ୍ଥାନୀୟ ଥାନା ଅଞ୍ଚଳରେ ଏଭଳି ୨ଟି ଅଘଟଣ ସମ୍ପୃକ୍ତ ଗ୍ରାମରେ ଗମ୍ଭୀର ବାତାବରଣ ସୃଷ୍ଟି କରିଛି।ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଦଶହରା ପର୍ବ ପାଳନ ଅବସରରେ ଗ୍ରାମ ଚଳଚଞ୍ଚଳ ହୋଇ ଉଠିଥିଲା।ମରାଠୀ ସାହିର କୁରୁମ ନାହାକ (୩୧)କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ନିଜ ବାସଗୃହରେ ଗାମୁଛା ଲଗାଇ ଝୁଲି ପଡିଥିବା ପରିବାର ଲୋକେ ଦେଖିଥିଲେ।ସେହିପରି ଉକ୍ତ ଦିନ ସକାଳ ପ୍ରାୟ୧୦ଘଣ୍ଟା ସମୟରେ ଆନ୍ଧ୍ରାସାହିର କାଳିଆ ଜେନା (୪୫)ଙ୍କ ମୃତଦେହ ଘରଠାରୁ କିଛି ଦୂରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରେ ୨ ମୃତକଙ୍କ ଶବକୁ ନିକଟସ୍ଥ ଗ୍ରାମ ସ୍ମଶାନରେ ପରିବାର ଲୋକଙ୍କ ପକ୍ଷରୁ ତରବରିଆ ଭାବେ ଶବଦାହ କରାଯାଇ ଥିବା ଜଣାପଡିଛି।ଏନେଇ ଉଭୟ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିଲା ବେଳେ ପୁଲିସ ବି ନିଜ ଆଡୁ କୌଣସି ମାମଲା ରୁଜୁ କରି ନ ଥିବା ଜଣାପଡିଛି। ଫଳରେ କୁରୁମ ଏବଂ କାଳିଆଙ୍କ ମୃତ ଘଟଣାରେ ପରିବାର ସଦସ୍ୟଙ୍କ ନୀରବତା ଓ ପୁଲିସର ଭୂମିକା ସନ୍ଦେହ ଘେରରେ ରହିଛି।

Advertisement