ବ୍ରହ୍ମପୁର,୨୬/୧୦(ଇ ରଞ୍ଜନ )-ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି – ଫାଶୀଗୁଡ଼ା ମୁଖ୍ୟ ରାସ୍ତାରେ ରବିବାର ୨ ବାଇକ୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଜଣେ ଗୁରୁତର ଅବସ୍ଥା ରେ ଚିକିତ୍ସାଳୟରେ ଚିକିତ୍ସା ହୋଉଛନ୍ତି। ମୃତକ ହେଲେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ କାର୍ଯୀ ସାହିର ଶୁଭେନ୍ଦୁ ପଣ୍ଡା। ସେ ଡେଙ୍ଗାଓସ୍ତା ବଜାରରେ କାମସାରି ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ପାଟପୁର ଥାନା କଲରାପଦର ଗ୍ରାମର ମନୋଜ ସେଠୀଙ୍କ ବାଇକ୍ ସହ ତାଙ୍କର ଧକ୍କା ହୋଇଥିଲା। ଏଥିରେ ଶୁଭେନ୍ଦୁ ଓ ମନୋଜ ଗୁରୁତର ହୋଇଥିଲେ। ଦିଗପହଣ୍ଡି ପୋଲିସ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଶୁଭେନ୍ଦୁଙ୍କୁ ମୃତ ଘୋଷଣା କରିଥିଲେ। ମନୋଜଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


















