ଯା ଦେବୀ ସର୍ବ ଭୂତେଷୁ : ମହାଷ୍ଟମୀରେ ମହାମାୟୀ-ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହିଞ୍ଜିଳି ସହର

237
ADVERTISEMENT

ହିଞ୍ଜିଳିକାଟୁ,୨୪/୧୦(ଶେଷଦେବ ସାହୁ): ଭାରତୀୟ ଧର୍ମ ଦର୍ଶକ ଓା ମାତୃଶକ୍ତିର ଅବଦାନ ଓ ମାତୃପୂଜାର ଉପାସନା କରିବାକୁ ଯାଇ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଆସୁଛି । ପରମ୍ପରାର ମହାନ ଐତିହ୍ୟ ଭିତରେ ସକଳ ଶକ୍ତିର ଆଧାର ମା’ ଦୁର୍ଗାଦେବୀଙ୍କ ଆବାହନ ହୁଏ । ଆଶ୍ୱିନ ମାସ ଶରତ ଋତୁର ଶାରଦୀୟ ଦୁର୍ଗାପୂଜା ଆଜି ଠାରୁ ଆରମ୍ଭ ହୋଇଛି । ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗ୍ରାମାଂଚଳରେ ପୂଜା କମିଟି ପକ୍ଷରୁ କୋଭିଡ଼ କଟକଣା ସହକାରେ ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜାତ୍ସୋବ ପାଳନ କରାଯାଇଛି । ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଦୁର୍ଗା ମଣ୍ଡପ, ଲକ୍ଷ୍ମୀ ବଜାର ପୂଜା ମଣ୍ଡପ, ରେଗିଡ଼ି ସାହି ସ୍ଥିତ ବିଦ୍ୟୁତ ବିଭାଗ ପକ୍ଷରୁ ପୂଜା ମଣ୍ଡପ, ସ୍ଥାନୀୟ ବ୍ଳକ ରାଳବ ସାହାର୍ଯ୍ୟପ୍ରାପ୍ତ ପାଠାଗାର, ଖରିଡ଼ା ସମେତ ବ୍ଳକର ବିଭିନ୍ନ ଗ୍ରାମ ଗୁଡ଼ିକରେ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜାତ୍ସୋବ ଅନୁଷ୍ଠିତ ହେଉଛି । ପ୍ରତ୍ୟେହ ମା’ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଚଣ୍ଡିପାଠ କରାଯାଉଛି । ଆସନ୍ତା ୨୬ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମରେ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜାତ୍ସୋବ ନିରାଡ଼ମ୍ବର ସହକାରେ ପାଳନ କରାଯାଉଛି । ସୀମିତ ପୂଜା କମିଟି ଓ ପୁରୋହିତଙ୍କ ବିନା ଭକ୍ତ ମାନଙ୍କ ଦର୍ଶନକୁ ବାରଣ କରାଯାଇଛି । ଶାନ୍ତି ଶୃଙ୍ଖଳା ସକାଶେ ହିଂଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟସ୍ଥା ଗ୍ରହଣ କରାଯାଇଛି । ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳ ହିଞ୍ଜିଳି ମା’ କନକଦୁର୍ଗା, ବାରାହୀ ପାହାଡ଼ ସ୍ଥିତ ବୈଷ୍ଣବଦେବୀ ମା’ କନକଦୁର୍ଗା, ଶ୍ୟାମାକାଳୀ, ଶ୍ୟାମଳାଇ ପ୍ରଭୃତି ଶକ୍ତିପୀଠ ଗୁଡ଼ିକରେ ଭକ୍ତଙ୍କ ବିନା ନବରାତ୍ର ପୂଜାତ୍ସୋବ ପାଳିତ ହୋଇଆସୁଛି । ଚଳିତ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ପୂଜା ମଣ୍ଡପ ଗୁଡ଼ିକ ଖାଁ ଖାଁ ଲାଗୁଛି ।

Advertisement