Thursday, November 12, 2026
ADVERTISEMENT
Home ଆଞ୍ଚଳିକ କାଳୁଆରେ ବିରାଜିତ ମାଁ କାଳୁଆ ଠାରେ କରୋନା କଟକଣାରେ ଦଶହରା ପାଳନ କରାଯିବ

କାଳୁଆରେ ବିରାଜିତ ମାଁ କାଳୁଆ ଠାରେ କରୋନା କଟକଣାରେ ଦଶହରା ପାଳନ କରାଯିବ

361
ADVERTISEMENT

କୁକୁଡାଖଣ୍ଡି,୨୦/୧୦(ଇ.ରଞ୍ଜନ) :-ବ୍ରହ୍ମପୁର ସହର ଠାରୁ ୧୦ କିମି ଦୂର କୁକୁଡାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତରେ ଥିବା ପ୍ରସିଦ୍ଧ ଶକ୍ତି ପୀଠ ମା ମହୁରୀ କାଳୁଆ।ରାଜାଙ୍କ ଅମଳରୁ କେରାଣ୍ଡିମାଳ ପାହାଡ ରେ ବିରାଜିତ ହୋଇ ରହିଛନ୍ତି ମା , ମହୁରୀ ଗଡ ରାଜା ଙ୍କ ଇଷ୍ଟ ଦେବୀ ହୋଇଥିବାରୁ ମହୁରୀ କାଳୁଆ ଭାବେ ମା ନିର୍ମିତ ।କେରାଣ୍ଡିମାଳ ପାହାଡରେ କେଉଁଠି ରାଜା ମାଙ୍କୁ ସ୍ଥାପନ କରି ପୂଜା କରୁଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ପାହାଡ ଉପରେ ମାଙ୍କୁ ପୂଜା କରାଯାଉଥିଲା।ପରେ ମା ଙ୍କ ସ୍ବପ୍ନାଦେଶ ପରେ ମା ନୂତନ ମନ୍ଦିର ପାହାଡ ତଳେ ସ୍ଥାପନ କରାଗଲା। ପାହାଡ ଉପରେ ରାଜା ପୂଜା କରିବା ସ୍ଥାନ ଦ୍ବାରରେ ପଥର ପଡିଯିବା ରୁ ଦ୍ବାରଦେଶରେ ହିଁ ମା ପୂଜା ପାଉଛନ୍ତି। ପାହାଡ ତଳେ ମନ୍ଦିର ନିର୍ମାଣ ହୋଇ ୬୫ ବର୍ଷ ହୋଇଗଲାଣି।
ପୀଠରେ ଚୈତ୍ର ପର୍ବ ,ପଣା ସଂକ୍ରାନ୍ତି,ଦଶହରା ପର୍ବ ମହା ସମାରହୋହରେ ପାଳିତ ହୁଏ। ପ୍ରତିବର୍ଷ ବିଧି ଓ ରିତିନୀତି ଅନୁଯାୟୀ ଦଶହରା ପର୍ବ ପାଳିତ ହୁଏ। ମା ଙ୍କ ପୀଠ ନିକଟରେ ଏକ ଶିବ ମନ୍ଦିର ରହିଛି।ବହୁ ଦୂରଦୁରାନ୍ତରରୁ ଭକ୍ତ ମାନେ ମା ଙ୍କ ଦର୍ଶନ ନିମନ୍ତେ ଆସୁଥିବା ବେଳେ ସରକାରଙ୍କ ତରଫରୁ ପୀଠ ରେ କୌଣସି ମନୋରଞନର ସୁବିଧା କରାଯାଇନାହିଁ କି ପଯ୍ୟଟନ ସ୍ଥଳୀର ମାନ୍ୟତା ମଧ୍ୟ ଦିଆଯାଇନାହିଁ।


ବର୍ତମାନ କରୋନା ସ୍ଥିତିରେ ପୀଠରେ ଜାକଜକମରେ ପୂଜା ଅନୁଷ୍ଟିତ ହେଉନାହିଁ।ପୂଜାରୀ ଓ ମନ୍ଦିର ସଂପାଦକ ୨ ଜଣ ଙ୍କ ମଧ୍ୟରେ ହିଁ ମା ଙ୍କ ନବଦିନାତ୍ମକ ପୂଜା ଅନୁଷ୍ଟିତ ହେଉଛି।ସୂର୍ଯ୍ୟ ପୂଜା,ଚଣ୍ଡିପାଠ,ଦ୍ବାରପାଳ ପୂଜା,ଅର୍ଚନା ,ଷୋଡଷ ଉପଚାର ପୂଜା ସହ ମହାପ୍ରସାଦ ଭୋଗ ଅନୁଷ୍ଟିତ ହେଉଛି।ମାଙ୍କ ନିକଟରେ ଆମିଷ ଭୋଗ ହୁଏନାହିଁ କି ବଳିପ୍ରଥା ନାହିଁ।କରୋନା କଟକଣା କୁ ମାନି ମା ଙ୍କ ପୀଠରେ ପୂଜାର୍ଚନା ଚାଲିଥିବା ମନ୍ଦିର ସଂପାଦକ ଆନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।

Advertisement