Thursday, November 5, 2026
ADVERTISEMENT
Home ଆଞ୍ଚଳିକ କେଶପୁର ପଞ୍ଚାୟତର ତେନ୍ତୁଳିଆପଡା ଠାରେ ମହିଳା ସଂଗଠନର ବୈଠକ ଅନୁଷ୍ଠିତ

କେଶପୁର ପଞ୍ଚାୟତର ତେନ୍ତୁଳିଆପଡା ଠାରେ ମହିଳା ସଂଗଠନର ବୈଠକ ଅନୁଷ୍ଠିତ

222
ADVERTISEMENT

ବ୍ରହ୍ମପୁର,୧୯/୧୦,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଳକ ଅନ୍ତର୍ଗତ କେଶପୁର ପଞ୍ଚାୟତର ତେନ୍ତୁଳିଆପଡା ଠାରେ ମହିଳା ଗୃପ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ସାମନ୍ତରାୟ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ସାହୁ,ସମିତି ସଭ୍ୟା ଉଷାରାଣୀ ଜାଲି ଓ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ସମସ୍ତ ସାହିର ସଭାପତି ମାନେ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବର୍ଗତ ପାଣ୍ଡବ ଜାଲିଙ୍କ ପାଇଁ ନିରବ ପ୍ରାଥନା କରାଯାଇଥିଲା। ତେନ୍ତୁଳିଆପଲି ସମିତି ସଭ୍ୟ ଦୈତାରୀ ବେହେରା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ଗୃପର ଓ ଗ୍ରାମର ଶତାଧିକ ମହିଳା ଯୋଗ ଦେଇ ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ। ପାନୀୟ ଜଳ,ରାସ୍ତା, ଶ୍ମଶାନ ଗୃହ, କୋଠଘର ଓ ସ୍ବାସ୍ଥ୍ୟ ଗତ ବିଭିନ୍ନ ସମସ୍ୟା ବିଷୟରେ ବିଧାୟିକାଙ୍କୁ ଜଣାଇଥିଲେ। ଗ୍ରାମର ଯୁବ ପିଢ଼ି ଓ ଅନ୍ୟାନ୍ୟ ଲୋକ ମାନେ ମଦ ଓ ଜୁଆଖେଳ ଯୋଗୁଁ ପଥ ଭ୍ରଷ୍ଟ ହେଉଥିବାରୁ ସେସବୁ ଗାଁରୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ। ବିଧାୟିକା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମିତି ସଭ୍ୟା ପ୍ରତିନିଧି ବିନାୟକ ଜାଲି ଓ ସାନ୍ତନୁ ଜାଲି ଏବଂ ଅନ୍ୟାନ୍ୟ ଯୁବ ଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Advertisement