Friday, September 25, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଅଧ୍ୟାପକ

ଭିଜିଲାନ୍ସ ଜାଲରେ ଅଧ୍ୟାପକ

1116
ADVERTISEMENT

ଗଜପତି,୧୯/୧୦(ପ୍ରଭାତ କୁମାର ପାତ୍ର) : ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରଧାଗୋବିନ୍ଦ ନଗର ଦ୍ବିତୀୟ ଲାଇନରେ ଭିଜିଲାନ୍ସ ଚଢ଼ାଉ। ବାସଭବନ ସମେତ ୬ଟି ସ୍ଥାନରେରେ ରେଡ ଚାଲିଥିବା ନେଇ ସୂଚନା ମିଳିଛି। ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ଥିତ ମିନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ମାନ ସୁଦ୍ଧା ୩୦ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଓ ସୁନା ମିଳିଥିବା ବେଳେ ଆନୁମାନିକ ୨କୋଟି ମୂଲ୍ୟବାନର ଘର ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡି ମିଳିଥିବା ନେଇ ସୂଚନା ମିଳିଥିବା ନେଇ ଜଣା ପଡ଼ିଛି । ପାରଳା ସହରର ବଡ଼ ବ୍ରାହ୍ମଣ ସାହି, ବେତାଗୁଡା, ଚିପୁରୁ ପଲ୍ଲୀ ସମେତ ୬ଟି ଜାଗାରେ ରେଡ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହିସବୁ ସ୍ଥାନରେ ରେଡ଼ ଜାରି ରହିଛି । ଅଧ୍ୟାପକତା ବ୍ୟତୀତ ନାଗେଶ୍ଵର ବିଭିନ୍ନ ଜମି କିଣାବିକାରେ ଲିପ୍ତ ରହିବା ସହ ଗାଡ଼ି ବ୍ୟବସାୟ କରିଆସୁଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଆମର ଯୈ।ଥ‌ ପରିବାର,। ସମସ୍ତ ଭାଇଙ୍କ ସମ୍ପତ୍ତି ଏକାଠି ରହିଥିବା, ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜି ନାଗେଶ୍ଵର।

Advertisement