ବ୍ରହ୍ମପୁର,୧୯/୧୦(ଇ.ରଞ୍ଜନ) : ବ୍ରହ୍ମପୁର ସହରରେ ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ମତପୋଷଣ ପ୍ରକାଶ କରି କହିଛନ୍ତି ଅପରାଧୀ କାର୍ଯ୍ୟରେ ଲିପ୍ତଥିବା ଲୋକ ମାନଙ୍କ ଦାଦାବଟି ପରିଶ୍ରମ ବିହୀନ ଅର୍ଥକୁ ରୋକ ଲଗାଇଛନ୍ତି ଏସପି ପିନାକ ମିଶ୍ର ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ ଏନ.ଏସ.ଏ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ଥିବା ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନା ରେ ଅଧିକରୁ ଅଧିକ ମାମଲା ରହିଛି । ସହରରେ ଏଭଳି ଘଟଣା ବାରମ୍ବାର ବୃଦ୍ଧି ପାଉଥିବାରୁ ସେମାନଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି। ଏଥି ସହ ଆଗକୁ ଥିବା ପାର୍ବଣ ଋତୁ ଦଶହରା କୌଣସି କର୍ମଚାରି କିମ୍ବା ଅନ୍ୟାନ୍ୟ ଲୋକ ମାମୂଲ କିମ୍ବା ଦାଦାବଟି ନେଇ ସାଧାରଣ ଲୋକଙ୍କୁ ମାଗନ୍ତି ତାହାହେଲେ ଅଭିଯୋଗ ସିଧାସଳଖ ବ୍ରହ୍ମପୁର ପୋଲିସ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିବାକୁ ଏସପି ଅନୁରୋଧ କରି କହିଛନ୍ତି।


















