Friday, November 6, 2026
ADVERTISEMENT
Home ଆଞ୍ଚଳିକ ରମେଶଙ୍କୁ ମିଳିଲା ଜିଲ୍ଲା ସଭାପତି ପଦ : କଂଗ୍ରେସ ସମର୍ଥକଙ୍କ ଖୁସିର ଲହରୀ

ରମେଶଙ୍କୁ ମିଳିଲା ଜିଲ୍ଲା ସଭାପତି ପଦ : କଂଗ୍ରେସ ସମର୍ଥକଙ୍କ ଖୁସିର ଲହରୀ

250
ADVERTISEMENT

ବ୍ରହ୍ମପୁର,୧୯/୧୦(ଇ.ରଞ୍ଜନ) : ଗଞ୍ଜାମ ଜିଲ୍ଲାର ଏକ ମାତ୍ର ନିର୍ବାଚିତ ବିଧାୟକ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନକ୍ରମେ ଗଞ୍ଜାମ ଜିଲ୍ଲା କଂଗ୍ରେସର ହେବିୱେଟନେତା ସାନଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ମନୋନୀତ କରାଯାଇଛି । ରମେଶଙ୍କୁ ଦାୟୀତ୍ୱ ମିଳିବା ଖବର ଶୁଣି ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ମହଲ ଖେଳିଯାଇଛି । ଏହି ଘୋଷଣାପରେ ଜିଲ୍ଲା କଂଗ୍ରେସ ସୁଦୃଢ଼ ହେବାସହ ନିଜର କାର୍ଯ୍ୟଶୈଳୀ ସଙ୍ଗଠନକୁ ସୁଦୃଢ଼ କରିବ ବୋଲି ସମସ୍ତଙ୍କ ଆଶା ପ୍ରକାଶ ପାଇଛି । ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଧାନସଭାରେ ସାମୁହିକ କାର୍ଯ୍ୟପାଇଁ ବିରୋଧ ପ୍ରଦର୍ଶନ କରୁଥିବା ବରିଷ୍ଠ ନେତାଙ୍କ ପରାମର୍ଶରେ ଗଞ୍ଜାମ ଜିଲ୍ଳାରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ସର୍ବପ୍ରଥମେ ମୂଳଲକ୍ଷ୍ୟ ରହିଛି ବୋଲି ବିଧାୟକ ଶ୍ରୀ ଜେନା ନିଜ ଚିରାଚରିତ ଡଙ୍ଗରେ କହିଛନ୍ତି । ଦୀର୍ଘଦିନଧରି ଜିଲ୍ଲା କଂଗ୍ରେସ ସଭାପତି ପଦ ଖାଲି ଥିବାବେଳେ ତୃଣମୂଳସ୍ତରରୁ ଯଥା କର୍ମୀ ଠାରୁ ନେତାଯାଏଁ ବିଧାୟକ ଶ୍ରୀ ଜେନାଙ୍କୁ ଜିଲ୍ଲା ସଭାପତି କରିବା ପାଇଁ ପିସିସି ଓ ଏଆଇସିସିକୁ ଅବଗତ କରାଇଥିଲେ । ଦଳୀୟ କର୍ମୀଙ୍କ ଠାରୁ ମତାମତ ନେବାପରେ କଂଗ୍ରେସ ସୁପ୍ରିମୋ ଶ୍ରୀ ଜେନାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ରୂପେ ଅବସ୍ଥାପିତ କରିଛନ୍ତି । ପୂର୍ବ ତୁଳନାରେ ବର୍ତ୍ତମାନ ଜିଲ୍ଲା କଂଗ୍ରେସରେ ପରିବର୍ତ୍ତନ ନିଶ୍ଚିତ ହେବ ବୋଲି ମତପୋଷଣ କରିବା ସହ ରାଜ୍ୟସ୍ତରୀୟ ନେତାଙ୍କ ପରାମର୍ଶ ଓ ନିର୍ଦ୍ଦେଶରେ ଜିଲ୍ଲାର ୨୨ଟି ବ୍ଲକ୍‌ରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ନେଇ ୨୪ଘଣ୍ଟିଆ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ଜିଲ୍ଲା ସଭାପତି ରୂପେ ମନୋନୀତ ହେବାପରେ ପିସିସି ସଭାପତିଙ୍କ ଠାରୁ ଆରମ୍ଭକରି ରାଜ୍ୟର ବହୁ ବରିଷ୍ଠ ନେତା, ଗଞ୍ଜାମ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Advertisement