Friday, November 6, 2026
ADVERTISEMENT
Home ଆଞ୍ଚଳିକ କୋରୋମ୍ ଅଭାବରୁ ପୁରୁଷୋତ୍ତମପୁର ସମିତି ବୈଠକ ବାତିଲ୍

କୋରୋମ୍ ଅଭାବରୁ ପୁରୁଷୋତ୍ତମପୁର ସମିତି ବୈଠକ ବାତିଲ୍

194
ADVERTISEMENT

ବ୍ରହ୍ମପୁର,୧୬/୧୦(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବାତିଲ୍। ବୁଧବାରପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ କୋରୋମ୍ ଅଭାବରୁ ଏହି ବୈଠକ ବାତିଲ୍ ହୋଇଛି । ରାଜନୈତିକ ଛକାପଞ୍ଝା ଓ କରୋନା ପାଇଁ ଦୀର୍ଘ ଏକ ବର୍ଷ ବନ୍ଦ ପରେ ଏହା ହେଉଛି ଦ୍ବାଦଶ ବୈଠକ। ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ୨୬ଟି ପଞ୍ଚାୟତ ର ସମସ୍ତ ୫୨ ଜଣ ସରପଞ୍ଚ ଓ ସମିତସଭ୍ୟ ଓ ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । କୋରୋମ୍ ପାଇଁ ୧୯ଜଣ ସଭ୍ୟ ଦରକାର ଥିବା ବେଳେ କେବଳ ତିନି ଜଣ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହିଥିଲେ ।ବିଧି ଅନୁସାରେ ୧୪ଦିନ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପୁନର୍ବାର ବୈଠକ ପାଇଁ ତାରିଖ ଧାର୍ଯ୍ୟ କରିବା ସହ ୭ଦିନ ପୂର୍ବରୁ ସମସ୍ତ ଜନପ୍ରତିନିଧି ସୂଚନା ଦିଆଯିବ ବୋଲି ବିଡିଓ ବିଜୟ କୁମାର ବେହେରା କହିଛନ୍ତି । ଏହି ବୈଠକରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଲତାସାହୁ,ଭୀମପୁର ସରପଞ୍ଚ ନାରାୟଣ ପାଣିଗ୍ରାହୀ, ବାଘଳା ସମିତି ସଭ୍ୟା ଗିତାବସ୍ତିଆ ସମସ୍ତ ଲାଇନ ବିଭାଗର କର୍ମଚାରୀ, ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ। ଆଗାମୀ ଦିନ ବୈଠକରେ ଜନପ୍ରତିନିଧିଙ୍କ ଭୂମିକା କଣ ରହିବ ତାହା ସମୟ ହିଁ କହିବ ।

Advertisement