Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଶ୍ୱ ହାତଧୁଆ ଦିବସ ପାଳିତ

ବିଶ୍ୱ ହାତଧୁଆ ଦିବସ ପାଳିତ

231
ADVERTISEMENT

ହିଞ୍ଜିଳିକାଟୁ,୧୬/୧୦(ଶେଷଦେବ ସାହୁ):-ପ୍ରତି ବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ୱ ହାତଧୁଆ ଦିବସ ରୂପେ ପାଳନ କରାଯାଏ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳିକାଟୁ ସହର ସ୍ଥିତ ୱାଟର ଫର ପିପୁଲ ଆନୁକୂଲ୍ୟରେ ଏବଂ ଖରିଡା ପଞ୍ଚାୟତର ମିଳିତ ସହଯୋଗରେ ଗୁରୁବାର ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ରାଜୀବ ବିଷୋୟୀଙ୍କ ତତ୍ତ୍ୱାବଧାନରେ ଖରିଡା ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ରଘୁନାଥ ବେହରା ଏବଂସମ୍ମାନିତ ଅତିଥି ଭାବେ ପିଇଓ ସୁଶାନ୍ତ କୁମାର ପାତ୍ର ରୂପେ ଯୋଗ ଦେଇଥିଲେ।ଏହି ଅବସରରେ ଆଧୁନିକ ଯୁଗରେ ଦୈନନ୍ଦିନ ଚଳଣି ଏବଂ ୪୦ ପ୍ରକାର ରୋଗରୁ ରକ୍ଷା ପାଇବା ସହ ଏକ ସୁସ୍ଥ ଜୀବନ ଯାପନ ପାଇଁ ହାତ ଧୋଇବାର ଜରୁରୀ ଆବଶ୍ୟକତା ସମ୍ପର୍କରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ପରେ ସାବୁନ ଓ ହ୍ୟାଣ୍ଡୱାସ ଦ୍ୱାରା ହାତ ଧୋଇବାର ୬ ପ୍ରକାର ପ୍ରଣାଳୀ ପ୍ରଦର୍ଶିତ ହୋଇ ଉପସ୍ଥିତ ସଦସ୍ୟଙ୍କୁ ହାତଧୁଆ ସାମଗ୍ରୀ ବଣ୍ଟନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ,ରାମକୃଷ୍ଣ ପୁରୋହିତ, କୁମୁଦିନୀ ସେଠୀ, ଆରତୀ ପଟ୍ଟନାୟକ, ବିଷ୍ଣୁ ବେହେରା, ସଂଧ୍ୟାରାଣୀ ପଟ୍ଟନାୟକ, ସୁଜାତା ସାହୁ,ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଶା କର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Advertisement