Thursday, November 5, 2026
ADVERTISEMENT
Home ଆଞ୍ଚଳିକ ପ୍ଲାଜମା ଦାନ କଲେ ଅଙ୍ଗାରଗାଁର ତିନି ଯୁବକ

ପ୍ଲାଜମା ଦାନ କଲେ ଅଙ୍ଗାରଗାଁର ତିନି ଯୁବକ

440
ADVERTISEMENT

କୋଦଳା ,୧୫/୧୦(ସୂର୍ଯ୍ୟନାରାୟଣ ବଡୁ) : ସମ୍ପ୍ରତି ବିଶ୍ୱରେ କରୋନା ଭାଇରସ ମହାମାରୀ ତାର ତାଣ୍ଡବଲୀଳା ଜାରୀ ରଖିଥିବା ବେଳେ କିଛି ଲୋକ ମୃତ୍ୟୁ ବରଣ କରିବା ସହ ଅନେକ ଲୋକ ମୃତ୍ୟୁମୁଖରୁ ମଧ୍ୟ ରକ୍ଷା ପାଉଛନ୍ତି । ଏହି ଭାଇରସ୍ ଠାରୁ ମୁକ୍ତି ପାଇବା ପାଇଁ କୌଣସି ମେଡ଼ିସିନ୍ ଏ ପର୍ଯ୍ୟନ୍ତ ବାହାରି ନଥିବା ବେଳେ ପ୍ଲାଜମା ହିଁ ରୋଗୀଙ୍କୁ ବଞ୍ଚାଇବାର ଏକ ମାତ୍ର ବିକଳ୍ପ ଏହା ସାଙ୍ଗକୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମ ର ତିନି ଜଣ ଯୁବକ ପ୍ଲାଜମା ଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଅଙ୍ଗାରଗାଁର ଲୁଗା ବ୍ୟବସାୟୀ ସନ୍ତୋଷ କୁମାର ବେହେରା, ଔଷଧ ଦୋକାନୀ ପି.ସିମାଞ୍ଚଳ ପାତ୍ର ଓ ଅଙ୍ଗାରଗାଁ ପଞ୍ଚାୟତର ଗାଁ ସାଥି ତଥା ଡ଼ାଈକିଛକର ରବି ବିଶ୍ୱାଳ (ରବୀନ୍ଦ୍ରନାଥ) । ଏହି ତିନି ବ୍ୟକ୍ତି ପୂର୍ବରୁ କରୋନା ଭାଇରସର ଆକ୍ରାନ୍ତ ହୋଇଥିଲେ ଏବଂ ତାହାକୁ ମାତ୍ ଦେଇ ସୁସ୍ଥ ହୋଇ ଆସିଥିଲେ । ଆଜି ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ମେଡିକାଲରେ ସ୍ଵେଚ୍ଛାକୃତ ଭାବେ ପ୍ଲାଜମା ଦାନ କରି ପଞ୍ଚାୟତ ବାସୀ ତଥା ଅଞ୍ଚଳ ପାଇଁ ଗୌରବ ଆଣିବା ସହ ଉଦାହରଣ ସୃଷ୍ଟି କରିଛନ୍ତି ।

Advertisement