Friday, November 6, 2026
ADVERTISEMENT
Home ଆଞ୍ଚଳିକ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟ ରୁ ଚୋରୀ

ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟ ରୁ ଚୋରୀ

194
ADVERTISEMENT

କୋଦଳା ,୧୫/୧୦(ସୂର୍ଯ୍ୟନାରାୟଣ ବଡୁ) : ଗଞ୍ଜାମଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମ ହରିହର ଉଚ୍ଚ ବିଦ୍ୟାଳୟ ରୁ ଫ୍ୟାନ୍ ଚୋରି । ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ସାହୁ ଗତ ୧୩ ତାରିଖରେ ସ୍କୁଲରେ ପଂହଁଚି ସ୍କୁଲ ଖୋଲିବା ପରେ ଦେଖିବାକୁ ପାଇଲେ କି ସ୍କୁଲର ଦଶମ ଶ୍ରେଣୀ ଓ ଲାଇବ୍ରେରୀ କକ୍ଷରୁ ତିନି ଗୋଟି ଫ୍ୟାନ୍ ଚୋରୀ ହୋଇଯାଇଛି । ଗତ ବାର ତାରିଖ ରାତିରେ ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ବିଦ୍ୟୁତ୍ କାଟ୍ ହୋଇଥିଲା । ଏହାର ସୁଯୋଗ ନେଇ କୌଣସି ଦୃବର୍ତ୍ତମାନେ ଫ୍ୟାନ୍ ଚୋରୀ କରି ନେଇଥିବା ଅନୁମାନ କରାଯାଉଛି। ଏ ନେଇ ପ୍ରଧାନ ଶିକ୍ଷକ ଦେବରାଜ ସାହୁ ବେଗୁନିଆପଡା ଫାଣ୍ଡି ରେ ଏକ ଲିଖିତ ଏତଲା ଦାଏର କରିଛନ୍ତି ।

Advertisement