Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ

ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ

207
ADVERTISEMENT

ବ୍ରହ୍ମପୁର,୧୫/୧୦(ସୁଦାମ ମହାରଣା) :ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୈକୁଣ୍ଠ ନଗରରେ ରହୁଥିବା ଜଣେ ଶିକ୍ଷକ ଠିକା ଭିତ୍ତିରେ ୨୦୦୪ରେ ଚାକିରୀ ଆରମ୍ଭ କରି ଆୟବର୍ହିଭୁତ ସମ୍ପତ୍ତି ଠୁଳ କରି ଥିବା ଅଭିଯୋଗରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।୯ଟି ଟିମ୍ ଗଠନ କରାଯାଇ ଶିକ୍ଷକଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।
ସୂଚନା ମୁତବାକ, ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାଡାଙ୍କୁଲି ଯଶୋଦା ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ଭୁବନାନନ୍ଦ ସାହୁ। ତେବେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନାନ୍ଦଙ୍କ ବ୍ରହ୍ମପୁର ବୈକୁଣ୍ଠନଗରରେ ଥିବା ବାସଭବନ ସମେତ ଉକ୍ତ ସ୍ଥାନରେ ରଖିଥିବା ଏକ ଭଡା ଘର, ବ୍ରହ୍ମାନଗରରେ ଥିବା ୪ ମହଲା କୋଠା, ନିମଖଣ୍ଡିର ଦୋକାନ ଘର, ଭୁବନେଶ୍ବରର କଳ୍ପନା ଛକରେ ତାଙ୍କ ପତ୍ନୀ ଏବଂ ପୁଅ ରହୁଥିବା ଭଡାଘର, ସୁନ୍ଦରପଦାରେ ଥିବା ଥ୍ରି ବିଏଚକେ ଆପାର୍ଟମେଣ୍ଟ, ପୁରୀ ମନ୍ଦିର ସମ୍ମୁଖରେ ଥିବା ଓ୍ବାନ ବିଏଚକେ ଫ୍ଲାଟ, କାର୍ଯ୍ୟରତ ଥିବା ହାଇସ୍କୁଲ, ଗଞ୍ଜାମ ଚିକିଟି ବ୍ଲକର କୋଟାଲିଙ୍ଗି ଗାଁରେ ଥିବା ପୈତୃକ ବାସଭବନ ସମେତ ଚିକିଟି ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଏକ ସଙ୍ଗେ ଚଢାଉ କରିଥିଲେ ।ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକଏହି ଚଢାଉ ସମୟରେ ବ୍ରହ୍ମପୁର ବ୍ରହ୍ମାନଗରରେ ଥିବା ଘରର ମୂଲ୍ୟ ୧ କୋଟି ୮୬ ଲକ୍ଷ ୬୩ ହଜାର ୧୭୫ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ବୈକୁଣ୍ଠନଗର ଘରର ମୂଲ୍ୟ ୧ କୋଟି ୧୨ ଲକ୍ଷ, ଭୂବନେଶ୍ବରର ଆପାର୍ଟମେଣ୍ଟର ମୂଲ୍ୟ ୨୮ ଲକ୍ଷ ଟଙ୍କା ରହିଥିବା ବେଳେ, ୨୦ ଲକ୍ଷ ୭୪ ହଜାର ୮୯୫ ଟଙ୍କାର ଜୀବନ ବୀମା ସହିତ ବିଭିନ୍ନ ବ୍ୟାଙ୍କରେ ନିଜ ନାଁ ସହିତ ପତ୍ନୀ ଓ ପୁଅ ନାଁରେ ମୋଟ ୮ ଲକ୍ଷ ୪୩ ହଜାର ୮୩୮ ଟଙ୍କା ରହିଛି। ତେବେ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା ଠାବ କରାଯାଇଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।ଏହି ହିନ୍ଦୀ ଶିକ୍ଷକ ଜଣଙ୍କ ଗତ ୨୦୦୪ ମସିହାରେ ଠିକା ଭିତ୍ତିରେ ଜଣେ କ୍ଲାସିକାଲ ହିନ୍ଦୀ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ, ୨୦୧୭ରେ ଜଣେ ସ୍ଥାୟୀ ନିଯୁକ୍ତି ମିଳିଥିବା ବେଳେ ଏତେ ପରିମାଣର ସମ୍ପତ୍ତି କିଭଳି ଠୁଳ କଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

Advertisement