Monday, November 9, 2026
ADVERTISEMENT
Home ଆଞ୍ଚଳିକ ଆସିକା କଲେଜ ଛକ ନରସିଂହ ପୁର ଠାରେ ଶାରଦୀୟ ଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଆସିକା କଲେଜ ଛକ ନରସିଂହ ପୁର ଠାରେ ଶାରଦୀୟ ଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

175
ADVERTISEMENT

ଆସିକା,୧୩/୧୦,(ଡ଼ି.ଏଚ) : ଶାରଦୀୟ ଦୂର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଆସିକା କଲେଜ ଛକର ନାରାୟଣ ପୁର ଗ୍ରାମ। ମାଙ୍କ ପାଇଁ ଆକର୍ଷଣୀୟ ମେଢ,ଆଲୋକସଜ୍ଜା ଓ ତୋରଣରେ ଝଲସିବ । ଆବାହକ ଭାବେ ଦିର୍ଘ ୧୫ ଧରି ମାଙ୍କ ସେଵା କରି ଆସୁଛନ୍ତି ବିଶିଷ୍ଟ ସମାଜସେବୀ ତଥା ଭକ୍ତ ବଶିଂଧର ନାହକ । ମାଙ୍କ କୃପାରୁ ଏହା ସମ୍ଭବ ହୋଇଥିବା ବେଳେ ଆଜି ହୋମ ଓ ପୂଜାର୍ଚ୍ଚନା ସହ ଶୁଭଖୁଣ୍ଟି ସ୍ଥାପନ ହୋଇ ପାରିଛି ।
ସମାଜସେବୀ ବଶିଂଧର ନାହକଙ୍କ ତତ୍ଵାବାଧାନରେ ପୂଜା ଓ ରିତିନୀତି ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଆସନ୍ତା୨୧ ତାରିଖ ବୁଧଵାର ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୂଜା କର୍ଯ୍ୟା ଅନୁଷ୍ଠିତ ହେଵ । ଏହି ଅବସରରେ ବିଲ୍ଲାଧିବାସ ଓ ଜଳ ଯାତ୍ରା ସାଙ୍ଗକୁ ମହାସପ୍ତମୀ ପୂଜା, ମାଙ୍କ ନବମୀ ପୂଜା, ଦଶହରା ପୂଜା ସମ୍ପାଦନ ହେଵ । ଏହି ଶୁଭଖୁଣ୍ଟି ସ୍ଥାପନ ଵେଳେ ପୁରୋହିତ ଅକ୍ଷୟ କୁମାର ହୋତା ପୂଜା ଦାୟିତ୍ୱ ତୁଲାଇଥିଲେ। କର୍ତ୍ତା ଦାୟିତ୍ୱରେ ନିଳମାଧଵ ସାହୁ ହୋମ ପୂଜା ପାଠରେ ଥିଲେ। ବିଶ୍ବମହାମାରୀ କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ନିୟମ ପାଳନ ସହ ମୁହଁରେ ମାସ୍କ ପିନ୍ଧି ପୂଜା କରାଯାଇଥିଲା । ଆସନ୍ତା୨୮/୧୦/୨୦୨୦ ତାରିଖ ସକାଳ ୬ଘଣ୍ଟ ସମୟରେ ମାଙ୍କ ବିସର୍ଜନ କାର୍ଯ୍ୟକ୍ରମ ରହିଥିବା ଵଶିଂଧର ନାହକ ସୂଚନା ପ୍ରଦାନ କରିଛନ୍ତି। ଶୁଭଖୁଣ୍ଟି ସ୍ଥାପନ ବେଳେ କର୍ମକର୍ତ୍ତା ହରିହର ମହାପାତ୍ର, ଅଜୟ କୁମାର ନାୟକ, ବଳରାମ ନାହକ,ନିଲୁ ରେଡି,କୁଞ୍ଜ ରେଡି ସମେତ କମିଟି ବୃନ୍ଦ ଉପସ୍ଥିତ ଥିଲେ ।

Advertisement