କୋଦଳା,୧୩/୧୦,(ସୂର୍ଯ୍ୟନାରାୟଣ ବଡୁ) : ଚାଷୀଙ୍କ ପିଛା ଛାଡୁନି ଦୁର୍ଦିନ । ଚାଷ କାର୍ଯ୍ଯ ଆରମ୍ଭରୁ ବର୍ତ୍ତମାନ ପର୍ଯନ୍ତ ଚାଷୀଙ୍କ ମୁଣ୍ଡରେ ଚିନ୍ତା । ଆରମ୍ଭରେ ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ସାରର ଘୋର ଅଭାବ ଓ ମୁନାଫାଖୋର ବ୍ୟବସାୟୀଙ୍କ କଳାବଜାରୀରେ ଅତିଷ୍ଠ ଚାଷିଙ୍କ ମେରୁଦଣ୍ଡ ଦୋହଲି ପଡିଥିବା ବେଳେ ବର୍ତ୍ତମାନ ଧାନ ବାହାରିବା ସମୟରେ ଗଛରେ ପୋକ ଲାଗିବାକୁ ନେଇ ଚାଷୀକୂଳ ଦୁଃଖରେ ଭାଙ୍ଗି ପଡିଛନ୍ତି । ଦୁଃଖ ଶୁଣିବାକୁ କେହି ନାହିଁ । କଣ କରିବେ କ୍ରୁଷକ ।ଏହାକୁ ନେଇ ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ଶାଖା ସମ୍ପାଦକ ଭାସ୍କର ନାୟକ ଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ପୁରୁଷ ଚାଷୀ ବ୍ଲକ ପରିସର ରେ ଥିବା କ୍ରୁଷି କାର୍ୟାଳୟ ଆଗରେ ବିକ୍ଷ୍ଯୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ଧାନ କ୍ଷେତରେ ପୋକ ଲାଗି ନଷ୍ଠ ହେଉଛି ବୋଲି ବାରମ୍ବାର ଅଭିଯୋଗ କଲେ ମଧ୍ୟ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଶତାଧିକ ଚାଷୀ କୃଷି ବିଭାଗ ଅଧିକାରୀ ଶୁଭଶ୍ରୀ ଜେନା, ବିଡିଓ ବେଦବର ପ୍ରଧାନ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା ଙ୍କୁ ଭେଟି ଏହାର ପ୍ରତିକାର ନିମନ୍ତେ ଅଭିଯୋଗ କରିବା ସହ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ନାୟକ ଙ୍କ କହିବା ମୁତାବକ ଚାଷୀଙ୍କ ସମସ୍ୟା ନେଇ ବିଡିଓ ଙ୍କୁ ଜଣାଇଲେ ମୁଁ କଣ କରିପାରିବି ବୋଲି ବିଡିଓ କହୁଛନ୍ତି । ଏଥିସହିତ ଶ୍ରୀ ନାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ ଏହି ବ୍ଲକ୍ ରେ ଚାଷୀ ହେଉଛି ଶାବତ ପୁଅ । ଆଗାମୀ ଦିନରେ ଚାଷୀ ଙ୍କ ବିଭିନ୍ନ ସମସ୍ୟା ଦିଗରେ ଯଦି ଦୃଷ୍ଟି ଦିଆନଯାଏ ବିରାଟ ବଡ ଚାଷୀ ଆନ୍ଦୋଳନ ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏ ନେଇ ବିଭାଗୀୟ କୃଷିଅଧିକାରୀ ଓ ବେଗୁନିଆପଡ଼ା ବ୍ଳକ ବିଡିଓ ଙ୍କ ସହ ଯୋଗାଯୋଗ କରିବା ପାଇଁ ଆମ ପ୍ରତିନିଧି ଚେଷ୍ଟା କରିଥିଲେ ସୁଦ୍ଧା ସମ୍ଭବପର ହୋଇନଥିଲା । ଦେଖାଯାଉ ଆଗାମୀ ଦିନରେ ଚାଷୀ ଙ୍କ ସମସ୍ୟା ନେଇ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି ।


















