Thursday, September 24, 2026
ADVERTISEMENT
Home ଆଞ୍ଚଳିକ ପ୍ରବଳ ବର୍ଷାରେ ବେହାଲ ତଳିଆ ଅଞ୍ଚଳ ଜଳମଗ୍ନ

ପ୍ରବଳ ବର୍ଷାରେ ବେହାଲ ତଳିଆ ଅଞ୍ଚଳ ଜଳମଗ୍ନ

182
ADVERTISEMENT

ଗଜପତି,୧୩/୧୦,(ପ୍ରଭାତ ପାତ୍ର) : ଗତକାଲି ଅପରାହ୍ନ ଠାରୁ ଆରମ୍ଭ ହୋଇଛି ବର୍ଷା। ସାରା ରାତି ଲାଗି ରହିଛି ବର୍ଷା, ତୁହାକୁ ତୁହା ମୁଷଳ ଧାରାର ବର୍ଷା ସାଙ୍ଗକୁ ବୋହୁଛି ପବନ। ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରକାରେ ଜିଲ୍ଲାର ସବୁ ସ୍ଥାନରେ ଜାରି ରହିଛି ଭୀଷଣ ବର୍ଷା। ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ରାସ୍ତା ଘାଟ ନାଳ ନର୍ଦ୍ଦମା ପାଣି ଘେରରେ ରହିଛି। ପାହାଡିଆ ଅଞ୍ଚଳରେ ସମ୍ଭାବ୍ୟ ଭୁଷ୍ଖଳନ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଜନସାଧାରଣଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି , ଆବଶ୍ୟକସ୍ଥଳେ ରନ୍ଧାଓ ସୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସମସ୍ତ କେନ୍ଦ୍ରରେ କର୍ମଚାରୀଙ୍କୁ ନିୟୋଜିତ ରହିଛନ୍ତି। ତେବେ ଅଧିକ ବୃଷ୍ଟିପାତ ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷ ଜମି ପାଣି ଧନ ଜୀବନ କ୍ଷତି ହେବା ସହ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି , ତେଣୁ ଚିନ୍ତାରେ ଚାଷୀ କୁଳ ।

Advertisement