ନୂଆଦିଲ୍ଲୀ,୧୩/୧୦,(ଲକ୍ଷ୍ମୀ ବେବର୍ତ୍ତା ) : କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଉପକଣ୍ଠବର୍ତ୍ତୀ ସହର ଗୁଡିକ ରେ ମଧ୍ୟ ବସବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ ମାନେ ଏଥିରେ ପ୍ରଭାବିତ ହୋଇ ଗତ ଲକଡାଉନ ସମୟରେ ନିଜ ନିଜର ଜୀବନଜୀବିକା ହରାଇବା ସହ ଦିନକୁ ଦୁଇବେଳ ଖାଦ୍ୟ ଯୋଗାଡ଼ କରିବା ଦିଗରେ ଅସହାୟ ହୋଇପଡିଥିବା ବେଳେ ସେହି ସମୟରେ ଓ ବର୍ତ୍ତମାନର ଦୁର୍ଦ୍ଧିନରେ ଗରିବ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମହାନଗର ଦିଲ୍ଲୀର ଶ୍ରୀ ନୀଳାଚଳ ସେବା ସଙ୍ଘ ତଥା ହାଉଜ଼ଖlସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବୀନ୍ଦ୍ରପ୍ରଧାନ । କରୋନା ମହାମାରୀ ସଂକ୍ରାମଣକୁ ଭୟ ନ କରି ନିଜ ଜୀବନକୁ ବାଜି ଲଗାଇ ଗରିବ, ଅସହାୟ ଲୋକଙ୍କ ପାଇଁ ଆଗେଇଆସି ସେ ଯେଉଁଭଳି ସାହାଯ୍ୟ ସହଯୋଗର ହାତ ବଢ଼େଇଛନ୍ତି ଏବଂ ମାନବିକତା ପ୍ରଦର୍ଶନ କରିଛନ୍ତି । ତାହା ବାସ୍ତବରେ ବେଶ ପ୍ରଶଂସନୀୟ ବୋଲି ଏଠାରେ ପ୍ରବାସୀ ଓଡ଼ିଆ ମହଲରେ ଚର୍ଚ୍ଚ ଚାଲିଛି । ଲକଡାଉନ ସମୟରେ ଦିଲ୍ଲୀ ଏନ. ସି. ଆର ରେ ରହୁଥିବା ଓ ଆର୍ଥିକ ସ୍ଥିତି ରେ ଦୁର୍ବଳ ଥିବା ପ୍ରବାସୀ ଓଡ଼ିଆ ପରିବାରବର୍ଗଙ୍କୁ ସେ ଚି଼ହ୍ନଟ କରି ନିଜ ତରଫରୁ, ଓ ନିଜସ୍ୱ ଉଦ୍ୟମରେ ବିଭିନ୍ନ ବଦନ୍ୟବ୍ୟକ୍ତି ଓ ସଂଗଠନ ଠାରୁ ସହାୟତା ଆଣି ଶୁଖିଲା ଖାଦ୍ୟ, ରାସନ, ରନ୍ଧାଖାଦ୍ୟ, ଦିଲ୍ଲୀ,ଏନ. ସି. ଆର. ର ରେ ରହୁଥିବା ଅସହାୟ ପ୍ରବାସୀ ଓଡ଼ିଆ ଗରିବ ପରିବାରବର୍ଗଙ୍କ ପାଖକୁ ପଠାଇବl ଦିଗରେ ସେ ଯେଉଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ତାହା ଏଯାବତ ଲୋକେ ଭୁଲିନାହାନ୍ତି । ଏବଂ ଏବେ ମଧ୍ୟ ଅନେକ ସ୍ଥାନରେ ସେ ସର୍ବସାଧାରଣଙ୍କ ପାଇଁ ବେଳେବେଳେ ମlସ୍କ, ସେନେଟେଇଜର ବଣ୍ଟନ କରି ବେଶ ଚର୍ଚ୍ଚ କୁ ଆସିଥିବା ଜଣାଯାଇଛି । ନିଜ ବ୍ୟକ୍ତିଗତ କାମକୁ ପଛରେ ପକାଇ ପ୍ରବାସୀ ଓଡ଼ିଆଙ୍କ ସୁଖ, ଦୁଃଖ ରେ ଦୀର୍ଘବର୍ଷ ଧରି ନିଜକୁ ସାମିଲ କରି ଆସୁଥିବା ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ପ୍ରବାସୀ ଓଡ଼ିଆ ମାନଙ୍କୁ ସହଯୋଗର ହାତ ବଢ଼ାଇ ଆସୁଥିବା ଶ୍ରୀ ରବୀନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ମହଲରୁ ଏବଂ ଦିଲ୍ଲୀର ବିଭିନ୍ନ ଓଡ଼ିଆ ସଂଗଠନ ତରଫରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଶ୍ରୀ ପ୍ରଧାନ ଙ୍କ ଏହି ମହତକାମ କୁ ଶ୍ରୀ ଜଗନ୍ନାଥ ଏକତା ସଙ୍ଘ ପକ୍ଷରୁ ମଧ୍ୟ ଏହାର କର୍ମକର୍ତ୍ତା ମାନେ ଉଚ୍ଚ ପ୍ରଶଂସା କରିବା ସହ ଇତିମଧ୍ୟରେ ସଙ୍ଘ ପକ୍ଷରୁ ଏକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ଏହିଭଳି ମହତ ସେବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସଦା ସର୍ବଦା ଶକ୍ତି, ମନୋବଳ ଦିଅନ୍ତୁ । ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବାସହ ତାଙ୍କୁ ଦୀର୍ଘାୟୁ କରିବା ପାଇଁ ସଙ୍ଘ ର କର୍ମକର୍ତ୍ତା ମାନେ ଜଗନ୍ନାଥଙ୍କ ନିକଟରେ ପ୍ରlର୍ଥନା କରିଛନ୍ତି ।


















