Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଦେଶିମଦ ଭାଟି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି

ଦେଶିମଦ ଭାଟି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି

182
ADVERTISEMENT

ବ୍ରହ୍ମପୁର,୧୩/୧୦,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅବକାରୀ ବିଭାଗ ଅଧିନ ଭାଟକୁମରଡା ଗ୍ରାମରେ ଥିବା ଲାଇସେନ୍ସ ପ୍ରାପ୍ତ ଦେଶିମଦ ଭାଟି ବନ୍ଦ କରିବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି । ଗ୍ରାମବାସିଙ୍କ ପକ୍ଷରୁ ଏକ ଦାବି ପତ୍ର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଦେଇଛନ୍ତି।
ଭାଟିକୁ ସବୁଦିନ ବନ୍ଦ ଲାଗି ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏକ ରିଜୁଲେସନ ପ୍ରସ୍ତୁତ କରି ଗଞ୍ଜାମ ଜିଲ୍ଲାପାଳ,ଆରକ୍ଷୀ ଅଧୀକ୍ଷକ, ପୁରୁଷୋତ୍ତମପୁର ତହସିଲଦାର, ଥାନା ଅଧିକାରୀଙ୍କୁ ପ୍ରେରଣ କରାଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ,ଭାଟିଟି ଷ୍ଟେଟବ୍ୟାଙ୍କର ପଛପଟ ରହିଛି ଓ ସେଠାରୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧ ଯୋଗୁଁ ସେବାପ୍ରଦାନ ରେ ବାଧାପ୍ରାପ୍ତ ହେଉଛି । ଜନବସତି ଓ ଶିକ୍ଷାନୁଷ୍ଠାନ ଠାରୁ ଦୂରେଇ ମଦ ଭାଟି ଖୋଲି ବାକୁ ନିୟମ ଥିଲେ ମଧ୍ୟ ଖୋଲାଖୋଲି ଭାବରେ ଏହି ନିୟମକୁ ଉଲ୍ଲଙ୍ଘନ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ରବିବାର ଅପରାହ୍ନ ରେ ଶତାଧିକ ମହିଳା ଓ ପୁରୁଷ ଭାଟି ଭିତରେ ପଶି ମଦ ନଷ୍ଟ କରିବା ସହପ୍ରାୟ ହଜାରେ ମଦପୁଡିଆ ରାସ୍ତା ଉପରେ ପକାଇ ନଷ୍ଟ କରିଥିଲେ। ଗ୍ରାମରେ ସବୁଦିନ ପାଇଁ ଯଦି ମଦ ଭାଟି ବନ୍ଦ କରାନଯାଏ ତାହା ହେଲେ ପୁଣି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Advertisement