କୁକୁଡାଖଣ୍ଡି,୧୦/୧୦(ଇ.ରଞ୍ଜନ) : ଶିକ୍ଷା ବିଭାଗ ରେ କଳଙ୍କ.. ମହାବିଦ୍ୟାଳୟ ସ୍ତର କୁ ବି ବ୍ୟାପିଲାଣି ଲାଞ୍ଚ କାରବାର.. ଏମିତି ମହାବିଦ୍ୟାଳୟ ରେ ଖୋଦ ଅଧକ୍ଷ ଲାଞ୍ଚ ନେବା ଶିକ୍ଷା ବିଭାଗ କୁ କଳଙ୍କିତ କରିଛି.. ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଚନ୍ତି କୁକୁଡାଖଣ୍ଡି ଯୁକ୍ତ ଦୁଇ କଲେଜ ଅଧକ୍ଷ ଏମ.ଟୁନା ପାତ୍ର I ମିଳିଥିବା ସୂଚନା ମୁତାବକ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ଡେମୋଷ୍ଟ୍ରେଟର ବସନ୍ତ କୁମାର ଜେନାଙ୍କୁ ଜିପିଏଫ ଏବଂ ଏରିଏର ବିଲ ପାସ କରେଇଦେବା ପାଇଁ 15000 ଟଙ୍କା ଅଧକ୍ଷ ଲାଞ୍ଚ ମାଗିଥିଲେ I ଏନେଇ ଶ୍ରୀ ଜେନା ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଥିଲେ I ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଅଧିକାରୀ ଛପି ରହିଥିବାବେଳେ ଶ୍ରୀ ଜେନା ତାଙ୍କୁ 15000 ଟଙ୍କା ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭାଗୀୟ ଅଧିକାରୀ ମାନେ ସିଧାସଳଖ ଅଧକ୍ଷଙ୍କ ଡାହାଣ ପଟ ପକେଟରୁ ଲାଞ୍ଚ ବାବଦୀୟ ଅର୍ଥ ଜବତ କରିଥିଲେ I ଏନେଇ ଭିଜିଲାନ୍ସ କେଶ ନ. 15/20 ରେ ଅଣ୍ଡର ସେକ୍ସନ ୭ପିସି ରେ ଏକ ମାମଲା ରୁଜୁ କରି ଟୁନା ପାତ୍ରଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଭିଜିଲାନ୍ସ ସୁନୀଲ ପାତ୍ର ସୂଚନା ଦେଇଛନ୍ତି। ଭିଜିଲାନ୍ସ ଟିମ ତାଙ୍କ କୁକୁଡାଖଣ୍ଡି ଭଡା ଘରେ ଚଢ଼ାଉ କରିଛି। କଲେଜରୁ ଭିଜିଲାନ୍ସଟିମ୍ ଆବଶ୍ୟକ କାଗଜପତ୍ର ଜବତକରି ଅଧିକ ତଦନ୍ତ ଜାରି ରହିଛି।
ଭିଜିଲାନ୍ସ ପଞ୍ଝାରେ କୁକୁଡାଖଣ୍ଡି ଜୁନିୟର କଲେଜ ଅଧ୍ୟକ୍ଷ
୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ


















