ବ୍ରହ୍ମପୁର ୬,/୧୦(ଇ.ରଞ୍ଜନ ) : ବ୍ରହ୍ମପୁର ସହରର ଦୋକାନୀ ମାନଙ୍କ ଉପରେ ବିଏମସିର ମାଡ଼ମାରିବା ସହ ଅସଭ୍ୟ ଭାଷା ରେ ଗାଳିଗୁଲଜ କରି ମର୍ଦପଣିଆ ଦେଖାଇ ଅତ୍ୟଧିକ ଟଙ୍କା ଆଦାୟକୁ ବିରୋଧ କରି ବ୍ରହ୍ମପୁର ପୌର ନିଗମ କାର୍ଯ୍ୟାଳୟକୁ କିଛି ଦୋକାନୀଙ୍କ ସମେତ ବଜେପି କର୍ମକର୍ତ୍ତା ମାନେ ଘେରାଉ କରି ବିଏମସି ର ଏନଫୋର୍ସମେଣ୍ଟ ଅଫିସରଙ୍କୁ ତାଗିଦ କରି କରୋନା ଭଳି ବିପଦ ସମୟରେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଉପରେ ଦୋକାନୀ କିଭଳି ଲୋକଙ୍କୁ ସଚେତନ କରିବା ତାହାକୁ ବିଏମସି ବିଚାର ବିମର୍ଶ ନକରି ଗୁଣ୍ଡାରାଜ କରି ଅତ୍ୟଧିକ ଅର୍ଥଉପାର୍ଜନ କରୁଥିବା ବଜେପି ଅଭିଯୋଗ କରିଛି l ଦୀର୍ଘ ମାସ ଧରି ସମାଜରେ କରୋନାର ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାରୀ ଲକଡାଉନ ସର୍ଟଡାଉନ ଥିବା ବେଳେ ସମସ୍ତଙ୍କ ଦୋକାନବଜ଼ାର ବନ୍ଦ ହୋଇ ଆର୍ଥୀକ ଅବସ୍ଥା ନିମ୍ନସ୍ତରରେ ରହିଛି l ଗତ କିଛିଧିନ ହେବ ସଂକ୍ରମଣ ହ୍ରାସ ଯୋଗୁଁ ଦୋକାନୀମାନଙ୍କୁ ଦୋକାନ ଖାଳିବା ପାଇଁ ସରକାରଙ୍କ ନିର୍ଦେଶ ଥିବା ବେଳେ ଦୋକାନୀଙ୍କୁ ମାନ୍ଦା ଅବସ୍ଥାରେ ବୋଝ ଉପରେ ଲଳିତା ଭାର ନଦେଇ ଦୋକାନୀଙ୍କୁ କିଭଳି ସଚେତନ ରହିବା ପାଇଁ ଅବଗତ କରାଇବେ ବି.ଏମ.ସି ତାହା ବିଚାର କରିବା ଉଚିତ l ବଡ଼ ଦୋକାନୀଙ୍କୁ ଛାଡି ଛୋଟିଆ ଦୋକାନୀଙ୍କୁ ମାଡ଼ ମାରି ଅସଭ୍ୟ ଗାଳି ବ୍ୟବହାର କରି ଟଙ୍କା ନେଉଥିବା ଅଭିଯୋଗ କରି କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଦୋକାନଦାର ମାନେ ଯୋଦି ଜିଲ୍ଲା ପ୍ରଶାସନର ୫ସୂତ୍ରୀ ଖିଲାପ କରୁଥାନ୍ତି ତାହା ହେଲେ ଆର୍ଥୀକ ଦୃର୍ବଳ ହେତୁ ୧00ଟଙ୍କା ମାତ୍ର ରସିଦ କାଟିବା ପାଇଁ ବିଏମସି ଏନଫୋର୍ସମେଣ୍ଟ ଅଫିସରଙ୍କୁ ବଜେପି ଚେତାବନୀ ଦେଇକହିଛନ୍ତି ଗାଳି, ମାଡ଼ ପୁନର୍ବାର କରି ଅତ୍ୟଧିକ ଟଙ୍କା ନେଉଥିବା ଅଭିଯୋଗ ହେଲେ ବିଏମସି କାର୍ଯ୍ୟାଳୟ ଘେରାଉ କରିବା ସହ କଠୋର ନିସ୍ପତି ନିଆଯିବ ବୋଲି ଚେତାବନୀ ଦେଇଛନ୍ତି l ଏଥିରେ ବଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା,କାଁହୁ ଚରଣ ପତି,ରାମପାତ୍ର ସମେତ ଅନେକ ନେତା କର୍ମୀ ଦୋକାନୀ ଉପସ୍ଥିତ ଥିଲେ l




















