Thursday, November 5, 2026
ADVERTISEMENT
Home ଆଞ୍ଚଳିକ ରୋଟାରୀ କ୍ଳବ ଇଷ୍ଟ ତରଫରୁ ଶିକ୍ଷକ ମାନଙ୍କୁ ସମ୍ମାନ ପ୍ରଦାନ

ରୋଟାରୀ କ୍ଳବ ଇଷ୍ଟ ତରଫରୁ ଶିକ୍ଷକ ମାନଙ୍କୁ ସମ୍ମାନ ପ୍ରଦାନ

212
ADVERTISEMENT

ବ୍ରହ୍ମପୁର,୫/୧୦,( ଡ଼ି.ଏଚ ) :ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ବିଶ୍ବ ଗୁରୁ ଦିବସ ଅବସରରେ ଜାତି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପରିପ୍ରେକ୍ଷୀରେ ଗଂଜାମ ଓ ଗଜପତି ଜିଲ୍ଲାର 9 ଜଣ ଶିକ୍ଷକଙ୍କୁ ଉତ୍ତରୀୟ ଓ ମାନ ପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି । କ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମାନ ପ୍ରଦାନ ଉତ୍ସବରେ ସଂପାଦକ କାମରାଜୁ ମହାରଣା କ୍ଳବର ବିଭିନ୍ନ ସମାଜ ସେବୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ଲିଟେରେସୀ ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶ ସମାଜରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହି ଥଲେ ।ଏହି ସମାରୋହରେ ଗଗନ କୁମାର ଗୌଡ, ଦୁର୍ଗା ମାଧବ ମହାରଣା, ଗୀତାଞ୍ଜଳୀ ତ୍ରିପାଠୀ, ଅଞ୍ଜନାଶ୍ରୀ ବାଡତ୍ୟା, ବସନ୍ତ କୁମାର ନାହାକ,ଉଷାରାଣୀ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାତ୍ର, କୋରା ମହାରଣା ଓ ଅନ୍ତର୍ଯ୍ୟାମୀ ଗୌଡଙ୍କୁ ସମ୍ମାନୀତ କରାଯାଇଥିଲା ।ଏଥି ପୂର୍ବରୁ 22 ଜଣ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଛି ।ମୋଟରେ କ୍ଳବ ତରଫରୁ 31 ଜଣ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇ ରୋଟାରୀ ଜିଲା-3262 ରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ସୁପର ଷ୍ଟାର କ୍ଳବ ମାନ୍ୟତା ପାଇଁ ଯୋଗ୍ୟତା ହାସଲ କରିଥିବା କଥା ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।ସମ୍ମାନ ପ୍ରଦାନ ଉତ୍ସବକୁ ରୋଟାରୀଆନ୍ ହୃଷିକେଶ ପ୍ରଧାନ ସଂଯୋଜନା କରିଥିଲେ ।କ୍ଳବର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।

Advertisement