Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ବୈପାରୀଗୁଡା ସେବାଶ୍ରମ ରେ ଡେଙ୍ଗୁ ରୋଗୀ ଚିନ୍ନଟ

ବୈପାରୀଗୁଡା ସେବାଶ୍ରମ ରେ ଡେଙ୍ଗୁ ରୋଗୀ ଚିନ୍ନଟ

361
ADVERTISEMENT

କୋରାପୁଟ,୩୧/୭ ଏଜେନସି: – କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ସଦର ମହକୁମାରେ ଥିବା ସେବାଶ୍ରମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ରକ୍ତ ପରୀକ୍ଷାରେ ଡେଙ୍ଗୁ ଜ୍ୱର ଚିହ୍ନଟ ହୋଇଥିବା ଜଣାପଡିଛି । ଡେଙ୍ଗୁ ଜ୍ଵର ଚିହ୍ନଟ ଛାତ୍ର ଜଣକ ଚତୁର୍ଥ ଶ୍ରେଣୀର ପ୍ରଭୁ ନାୟକ (୯ବର୍ଷ)। ସେ ମାଥିଲି ବ୍ଲକର ଦଳପତିଗୁଡାର ତୁଲାରାମ ନାୟକଙ୍କ ପୁଅ ବୋଲି ଜଣାପଡିଛି । ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଧିରାଜ ସାହୁ ଙ୍କୁ ଯୋଗାଯୋଗ କରିବାରୁ ଗତ ଜୁଲାଇ ୧୮ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଦ୍ୱାରା ଦୋରାଗୁଡ଼ା ସେବାଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ପିଲାଙ୍କୁ ମ୍ୟାଲେରିଆରେ ଚି଼ହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ଜଣେ ପ୍ରଭୁ ନାୟକଙ୍କ ରକ୍ତ ନମୁନା କୋରାପୁଟକୁ ପଠାଯାଇଥିଲା
। କୋରାପୁଟରୁ ଜିଲ୍ଲା ଅଧିକାରୀ ଡେଙ୍ଗୁ ଜ୍ୱର ଥିବା ଖବର ଦେବା ପରେ ସେବାଶ୍ରମରୁ ରୋଗୀକୁ ଆଣି ବୈପାରୀଗୁଡା ମେଡିକାଲରେ ରଖାଯାଇଛି । ରୋଗୀ ପାଖରେ ଡେଙ୍ଗୁ ଜ୍ଵରର କୌଣସି ପ୍ରତିକ୍ରିୟା ଦେଖା ଯାଉ ନ ଥିବାରୁ କିଛି ଦିନ ଆମ ତତ୍ୱାବଧାନରେ ରଖି ପରେ କୋରାପୁଟ ପଠାଇବୁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ସେପଟେ ଗତ କିଛି ଦିନ ପୂର୍ବେ ଉକ୍ତ ସେବାଶ୍ରମରେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ ଘଟଣାର ଏକ ସପ୍ତାହ ମଧ୍ୟରେ ସେହି ବିଦ୍ୟାଳୟରେ ଡେଙ୍ଗୁ ଜ୍ୱର ଚିହ୍ନିଟ ହେବା ଘଟଣା ସାଧାରଣରେ ସେବାଶ୍ରମ ପ୍ରତି ସନ୍ଦେହ ସୃଷ୍ଟି ହେଉଛି ।

Advertisement