ଵ୍ରହ୍ମପୁର,୪/୧୦(ବିଶ୍ୱରଂଜନ) : ଵ୍ରହ୍ମପୁର ମେଡିକାଲ କଲେଜର ଛାତ୍ର ତଥା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରର ଡାକ୍ତର ତପନ କୁମାର ଶତପଥି ଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଡାକ୍ତର ଶତପଥୀ ଛତ୍ରପୁର ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରେମ କରି ପତ୍ନୀ ଭଳି ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ତାନୀୟ ମହିଳା ଥାନାରେ ଏତଲା ହେବା ପରେ ପୋଲିସ ପକ୍ଷରୁ ଡାକ୍ତରଙ୍କୁ ଗିରଫ କରାଯାଇଥିବା ସୂଚନା । ଡ଼ାକ୍ତରଙ୍କ ବିରୁଦ୍ଧରେ (376) ଧାରାରେ ବଳାତ୍କାର ମାମଲା ପୋଲିସ ପକ୍ଷରୁ ରୁଜୁ ହୋଇଛି ।

















