Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସ ପକ୍ଷରୁ ୧୫୧ ତମ ଗାନ୍ଧୀ ଜୟନ୍ତୀ ପାଳନ ସହ ରାହୁଲଙ୍କ ଗିରଫ...

ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସ ପକ୍ଷରୁ ୧୫୧ ତମ ଗାନ୍ଧୀ ଜୟନ୍ତୀ ପାଳନ ସହ ରାହୁଲଙ୍କ ଗିରଫ ନେଇ ପ୍ରତିବାଦ ସଭା ଅନୁଷ୍ଠିତ

177
ADVERTISEMENT

ସାନଖେମୁଣ୍ଡି,୩/୧୦(ସପନ ଦାସ) : ଜାତିର ଜନକ ପୂଜ୍ୟ ବାପୁଜୀଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ସାନଖେମୁଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଯାଇଅଛି । ବ୍ଲକ୍ ସ୍ତରୀୟ ଛାମୁଆଁ କଂଗ୍ରେସ ନେତୃତ୍ବଙ୍କ ସହ ବ୍ଲକ୍ ଯୁବ କଂଗ୍ରେସ କର୍ମୀଙ୍କ ମିଳିତ ସୌଜନ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ ପାଟପୁର ଗାନ୍ଧୀ ଛକ ଠାରେ ଏକତ୍ରିତ ହୋଇଥିଲେ ।ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର , ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଭାସ୍କର ରେଡ୍ଡୀ , ମୁକୁନ୍ଦ ବରାଡ , ଶଙ୍କର୍ଷଣ ଖୁଣ୍ଟିଆ , ଚିନ୍ମୟ କୁମାର ହୋତା , ଏ ଜୟରାମ ଦୋରା ,ସୀମାଞ୍ଚଳ ଗୌଡ , ନିରାକାର ପ୍ରଧାନ , ରାମଚନ୍ଦ୍ର ପ୍ରଧାନ , ଜି ସାଇରାମ୍ ପ୍ରମୁଖ ଉପସ୍ଥିତିରେ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସମୂହ ଉପସ୍ଥିତିରେ ଆୟୋଜିତ ସାଧାରଣ ଆଲୋଚନା ସଭାରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଅସ୍ପୃଶ୍ୟତା ସହିତ ଗ୍ରାମ ସ୍ଵରାଜ୍ୟ , ନିଶା ନିବାରଣ ସମ୍ପର୍କୀୟ ଭାବଧାରାକୁ ସାକାର କରିବାକୁ ସଦସ୍ୟଙ୍କ ଗହଣରେ ସମ୍ମତି ଗ୍ରହଣ କରାଯାଇଥିଲା ।

ଅନ୍ୟ ଘଟଣା କ୍ରମରେ ଦେଶରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀର ଉତ୍ତରପ୍ରଦେଶର ବିଜେପି ଶାସିତ ଯୋଗୀ ସରକାରରେ ମହିଳାଙ୍କ ସୁରକ୍ଷାକୁ ନେଇ ଆଲୋଚନା କରାଯାଇଥିଲା । ନିକଟରେ ଘଟିଥିବା ଯୁବତୀ ଗଣଦୁଷ୍କର୍ମ ଜନିତ ହତ୍ୟା ,ଏବଂ ପ୍ରମାଣ ନଷ୍ଟ ପାଇଁ ପୋଲିସ୍ ଦ୍ଵାରା ରାତି ଅଧିଆ ଶବକୁ ପୋଡ଼ି ଘଟଣାକୁ ଚାପାଇଦେବା ଉଦ୍ୟମକୁ ତର୍ଜମା କରାଯାଇଥିଲା ।ଏହି ପ୍ରରିପ୍ରେଖିରେ ୟୁପି ସରକାରଙ୍କ ମହିଳା ସୁରକ୍ଷା ବିରୋଧୀ ନୀତିକୁ ବିରୋଧକରି ଯୁବ କଂଗ୍ରେସ ଦ୍ଵାରା ଆୟୋଜିତ ପ୍ରତିବାଦ ସଭାସ୍ଥଳରେ କଂଗ୍ରେସ ସାଂସଦ ତଥା ବିଶିଷ୍ଟ ବ୍ୟକ୍ତିତ୍ଵ ଶ୍ରୀ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ପୋଲିସର ଅମାନବୀୟ ଆଚରଣ ସହ ଗିରଫ କରିବା ଘଟଣାକୁ ତୀବ୍ର ବିରୋଧ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ରହିଥିବା ଦଳୀୟ ଭାବନା ଆଧାରରେ ଆସନ୍ତା ସମୟରେ ମୋଦି ଏବଂ ଯୋଗୀ ସରକାରଙ୍କ ବିରୋଧରେ ଅହିଂସା ମାଧ୍ୟମରେ ଲଢେଇ ଜାରି ରଖିବାକୁ କର୍ମୀଙ୍କୁ ଅନୁପ୍ରାଣିତ କରାଯାଇଥିଲା । ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ , ଛବିଲାଲ୍ ସ୍ବାଇଁ , ଶିବରାମ ସ୍ବାଇଁ , ଶଙ୍କର ରଥ ,ନିରାକାର ପ୍ରଧାନ , ଏସ ବାବୁଲା ଦୋରା ,ବାଲ୍ମୀକି ପ୍ରଧାନ , ନିରଞ୍ଜନ ସ୍ବାଇଁ , ମୁନା ଦୋରା, ପୀତବାସ ଜେନା ପ୍ରମୁଖ ଯୋଗ ଦେଇଥିଲେ।

Advertisement