Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗାନ୍ଧୀ ଜୟନ୍ତୀରେ ରୋଟାରୀ କ୍ଳବ ଇଷ୍ଟ ତରଫରୁ ମାସ୍କ ଓ ବ୍ୟାଗ୍ ବଣ୍ଟନ

ଗାନ୍ଧୀ ଜୟନ୍ତୀରେ ରୋଟାରୀ କ୍ଳବ ଇଷ୍ଟ ତରଫରୁ ମାସ୍କ ଓ ବ୍ୟାଗ୍ ବଣ୍ଟନ

172
ADVERTISEMENT

ବ୍ରହ୍ମପୁର,୩/୧୦(ଡ଼ି.ଏଚ) : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରୋଟାରୀ କ୍ଳବ ଇଷ୍ଟ ତରଫରୁ ବ୍ରହ୍ମପୁର ସହରର ଗିରି ମାର୍କେଟ ଓ ବଡ ବଜାର ଠାରେ ସାଧାରଣ କ୍ରେତା ଓ ବିକ୍ରେତା ମାନଙ୍କୁ ମାଗଣାରେ ମାସ୍କ , ସାନି ଟାଇଜର ଓ ଇଡକୋ ଫ୍ରେଣ୍ଡକ୍ୟାରି କଟନ୍ ବ୍ୟାଗ୍ ବଣ୍ଟନ କରାଯାଇଥିଲା ।ସ୍ବଚ୍ଛତା ରକ୍ଷାକରି,ବାରମ୍ବାର ହାତଧୋଇ, ସାମାଜିକ ଦୂରତା ପାଳନ କରି ଓ ମାସ୍କ ବ୍ୟବହାର କରି କରୋନା ମହାମାରୀ କୁ ପ୍ରତିହତ କରିବାପାଇଁ କ୍ଳବ ତରଫରୁ ସଚେତନତା ସୃଷ୍ଟି କରାଯାଇଥିଲା ।ଏଇ କାର୍ଯ୍ୟକ୍ରମ ସଭାପତି ରଂଜିତ କୁମାର ପାତ୍ରଙ୍କ ନେତୃତ୍ଵରେ ପରିଚାଳିତ ହୋଇଥିଲା ଏବଂ ପୂର୍ବତନ ସଭାପତି ଅଜିତ କୁମାର ପୃଷ୍ଟି,ରାଜେଶ୍ବର ରାଓ, ପ୍ରଦୀପ କୁମାର ପଟ୍ଟନାୟକ, ଜୟନ୍ତ କୁମାର ପାତ୍ର, ଏମ୍ ଭି ଏସ୍ ଭାସାନ,ଦୁର୍ଗା ଶଙ୍କର ରାଓ,ଜଗଜୀବନ ପାତ୍ର ପ୍ରମୁଖ ଏଇ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ । ଅନୁରୂପ ଭାବେ ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା, ଧନ୍ବନ୍ତରି ରାଓ ଓ କୃଷ୍ଣଚନ୍ଦ୍ର ଦାଶ କମାପଲ୍ଲୀ ମାର୍କେଟ ଠାରେ ଓ ସଂପାଦକ କାମରାଜୁ ମହାରଣା ନିଜ ଗ୍ରାମ କେଟିଏନ୍ ପୁରଠାରେ ଉପରୋକ୍ତ ଦ୍ରବ୍ୟ ବଣ୍ଟନ କରିଥିଲେ । ରୋଟାରୀ କ୍ଳବର ଏଇ ସଚେତନତା କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସିତ ହୋଇଥିଲା ।

Advertisement