Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗାନ୍ଧୀ ଜୟନ୍ତୀରେ ଗ୍ରାମସଭା ବୈଠକ ଅନୁଷ୍ଠିତ

ଗାନ୍ଧୀ ଜୟନ୍ତୀରେ ଗ୍ରାମସଭା ବୈଠକ ଅନୁଷ୍ଠିତ

183
ADVERTISEMENT

ହିଞ୍ଜିଳିକାଟୁ,୨/୧୦(ଶେଷଦେବ ସାହୁ):-ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ହିଞ୍ଜିଳି ବ୍ଲକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି।ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ସରପଞ୍ଚ ଜାଗିଲି ଦାସ ସଭାପତି ଭାବେ ଉପସ୍ଥିତ ଥିଲେ। ଗ୍ରାମୀଣ ଅଧିବାସୀଙ୍କ ଆର୍ଥିକ ଅଭିବୃଦ୍ଧି ସକାଶେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମ ଦିବସ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚଳିତ ବର୍ଷ ପାଇଁ ଏଥିରେ ଅନ୍ତର୍ଭୁକ୍ତ ଥିବା ମୋ ଉପକାରୀ ବଗିଚା, ଗାଈ ଗୁହାଳ,ଛେଳି ଗୁହାଳ ଏବଂ ଖତ କୁଣ୍ଡ ଆଦି ବ୍ୟକ୍ତିଗତ ପ୍ରକଳ୍ପ ର ହିତାଧିକାରୀଙ୍କ ଚୟନ କରାଯାଇ ଥିଲା। ପୁଣି ଅତ୍ୟାବଶ୍ୟକୀୟ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପ ମଧ୍ୟ ଚୟନ କରା ଯାଇଥିଲା।ଏଥି ସହ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ହାତ ବାରମ୍ବାର ସାବୁନ କିମ୍ବା ହେଣ୍ଡ ୱାସରେ ଧୋଇବା ଆଦି ୩ ସୁତ୍ରୀ ନିୟମ ମାନି ଚଳିବାକୁ ଉପସ୍ଥିତ ଗ୍ରାମବାସୀଙ୍କୁ ପିଇଓ ଅବଗତ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ହର୍ଷ ମାଧବ କର, ଜି ଆର ଏସ, ଗାଁ ସାଥି, ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Advertisement