Thursday, November 12, 2026
ADVERTISEMENT
Home ଆଞ୍ଚଳିକ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ।

କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ।

259
ADVERTISEMENT

ହିଞ୍ଜିଳିକାଟୁ,୨/୧୦(ଶେଷଦେବ ସାହୁ): ଅଭିଳାଷ ଚଳଚ୍ଚିତ୍ର କାନ୍ନେସ୍ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ, ଫ୍ରାନ୍ସ ପାଇଁ ମନୋନୀତ। ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର ଅଭିଳାଷ ଫ୍ରାନ୍ସ ଦେଶରେରେ ପ୍ରଦର୍ଶିତ ହୋଇଥିବାରୁ ଚାରିଆଡୁ ପ୍ରସଂଶାର ସୁଅ ଛୁଟି ଆସିବାରେ ଲାଗିଛି। ଏହି ଫେଷ୍ଟିଭାଲ ପାଇଁ ୯ଟି ଦେଶର ଜୁରି ମୋନୋନିତ ହୋଇଛନ୍ତି ।ଆମ ଭାରତର ପ୍ରକାଶ ଝୋ ଭଳି ବରିଷ୍ଠ ନିର୍ଦ୍ଦେଶକ ଜୁରି କମିଟିରେ ମଧ୍ୟ ରହିଛନ୍ତି । ଏହି ଫେଷ୍ଟିଭାଲଟି ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ବର ପ୍ରାୟ ୮୨ଟି ଚଳଚ୍ଚିତ୍ର ମନୋନୀତ ହୋଇଥିଲା। ଆମ ଦେଶ ଭାରତରୁ ୪ଟି ଏବଂ ଓଡ଼ିଶାରୁ ଗୋଟିଏ ଚଳଚ୍ଚିତ୍ର ‘ଅଭିଳାଷ’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଫେଷ୍ଟିଭାଲକୁ ଚଳଚ୍ଚିତ୍ରଟିକୁ ପହଞ୍ଚାଇବା ପାଇଁ ମୁଖ୍ୟ ମାର୍ଗଦର୍ଶକ ସାଜିଛନ୍ତି ସୁଭମ୍ ଅପ୍ରୁୱା। ଏହି ଅଭିଳାଷ ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାର ପାଇବା ପରେ ଏହା ଏକ ଅପୂର୍ବ ସଫଳତା ହାସଲ କରିଛି । ହିଞ୍ଜିଳିକଟୁ ପରି ଛୋଟିଆ ସହରର ଏହି ଚଳଚ୍ଚିତ୍ର ଆଜି ବିଶ୍ୱ ପ୍ରସିଦ୍ଧ ଫେଷ୍ଟିଭାଲ ଫ୍ରାନ୍ସର କାନ୍ନେସ୍ ରେ ପ୍ରଦର୍ଶିତ ହୋଇଛି। ‘ଅଭିଳାଷ’ର ନିର୍ଦ୍ଦେଶନା ନୃତ୍ୟ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ନିର୍ଦ୍ଦେଶକ ଗୁରୁ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଦେଇଥିବା ବେଳେ ଅଭିନୟ T. ଶିବାଜି ଦାସ ଏବଂ ଚିତ୍ର ଉତ୍ତୋଳନରେ ଶ୍ରୀନୁ ଦାସ କହିଛନ୍ତି। ସହ ନିର୍ଦ୍ଦେଶକ ଭାବେ ରଞ୍ଜନ କୁମାର ସାହୁ ଏବଂ ଫିଲ୍ମର ନିର୍ମାଣ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୁଭମ୍ ଅପ୍ରୁୱା ଏବଂ ସୁଭମ୍ ଦାସ। ଏହି ଫିଲ୍ମଟି ଦୁଇଟି ପର୍ଯ୍ୟାୟରେ ମୋନୋନିତ ହୋଇଛି। ପବ୍ଲିକ ଭୋଟିଂ ଏବଂ ଜୁରି ଆୱାର୍ଡ଼ ଦ୍ଵାରା ସମସ୍ତ ସିନେମାର ମାନ ନିର୍ଦ୍ଧାରଣ କରାଯାବ। ପ୍ରଥମ ଥର ହିଞ୍ଜିଳିକଟୁର ଚଳଚ୍ଚିତ୍ର ଫ୍ରାନ୍ସ ଦେଶର ପଦର୍ଶିତ ହୋଇଥିବାରୁ , ଏହି କଥା କୁ ନେଇ ଅଞ୍ଚଳବାସୀ ଏବଂ ଓଡ଼ିଶା ବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି। ଶେଷରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦେଶବାସୀଙ୍କୁ ଭୋଟିଂ ପାଇଁ ବିନୀତ ଅନୁରୋଧ କରିଛନ୍ତି।

Advertisement