Friday, November 6, 2026
ADVERTISEMENT
Home ଆଞ୍ଚଳିକ ୧୦ ଜୁଆଡ଼ି ଗିରଫ; ୬୪, ୪୦୦ ଟଙ୍କା ଜବତ

୧୦ ଜୁଆଡ଼ି ଗିରଫ; ୬୪, ୪୦୦ ଟଙ୍କା ଜବତ

172
ADVERTISEMENT

ହିଞ୍ଜିଳିକାଟୁ,୧/୧୦(ଶେଷଦେବ ସାହୁ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଜୁଆ ଖେଳ ଜୋର ସୋରରେ ଚାଲିଥିବା ଜଣାପଡ଼ିଛି । ହିଞ୍ଜିଳି ଥାନା ଆଡ଼ପଡ଼ା ଗ୍ରାମ ଶ୍ମଶାନ ମଣ୍ଡପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ବୁଧବାର ସନ୍ଧ୍ୟାରେ ଚଢାଉ କରି ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬୪ ହଜାର୪ଶହ ଟଙ୍କା ସମେତ ୮ଟି ମୋବାଇଲ ଫୋନ ଓ ୨ଟି ମୋଟର ସାଇକେଲକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଗୁରୁବାର ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସ୍ଥାନୀୟ ଥାନା ଅଂଚଳରେ ଜୁଆ ଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଥାନା ଆଇଆଇସିଙ୍କ ତତ୍ୱାଧାନରେ ୬ଜଣ ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆଗାମୀ ଦିନରେ ଜୁଆ ଆଡ୍ଡା ଚଢାଉ ଜାରି ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ଚଢାଉରେ ଥାନା ଏସ.ଆଇ. ବାସୁଦେବ ଭୋଇ, ଡ଼ି.ମୋହନ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ରାମଚନ୍ଦ୍ର ପ୍ରଧାନ, କେଦାରନାଥ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Advertisement