ହିଞ୍ଜିଳିକାଟୁ,୩୦/୯(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ କରୋନା ସପ୍ତାହ ପାଳନ ଅବସରରେ ହିଞ୍ଜିଳିକାଟୁ ମା ଶ୍ୟାମଲାଇ ଅଟୋ ମାଲିକ ସଂଘ ପକ୍ଷରୁ ମାସ୍କ ବଣ୍ଟନକୁ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁଙ୍କ ଜରିଆରେ କରାଯାଇଥିଲା । ଏଥିରେ ସଂଘ ର ସଭାପତି ଶ୍ରୀ ଶରତ ଚନ୍ଦ୍ର ସାବତ, ପୂର୍ବତନ ଉପ ନଗରପାଳ ଶ୍ରୀ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ କାଉନ୍ସିଲର ତଥା ସଂଘ ର ଯୁଗ୍ମ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ସ୍ଵାଇଁ, ସମ୍ପାଦକ ଭିକା ବେହେରା, ଶ୍ରୀନୁ ବିଶ୍ଵାସରାୟ , ଓ ସମସ୍ତ ଅଟୋ ମାଲିକ ମାନେ ଉପସ୍ଥିତ ଥିଲେ. ଏବଂ ଶ୍ରୀ ସାହୁ ଙ୍କ ଦ୍ଵାରା କୋଭିଡ ପରିଚାଳନା କେମିତି କରାଯିବ । ତାରି ଉପରେ ସଚେତନ କରାଇ ଥିଲେ. ବିଶେଷ କରି ଗଞ୍ଜାମ ଜିଲ୍ଲାପାଳଙ୍କ କରୋନା ସପ୍ତାହ ପାଳନ ଚିନ୍ତାଧାରାକୁ ସମସ୍ତେ ପ୍ରସଂଶା କରିଥିଲେ, ଓ ଆମ ସହରକୁ କରୋନା ମୁକ୍ତ କରିବା ନେଇ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ।


















