Thursday, September 24, 2026
ADVERTISEMENT
Home ଆଞ୍ଚଳିକ ବିନା ମାସ୍କ ରେ କାହା ସହିତ କଥାବାର୍ତ୍ତା ନାହିଁ – ଜିଲ୍ଲାପାଳ:

ବିନା ମାସ୍କ ରେ କାହା ସହିତ କଥାବାର୍ତ୍ତା ନାହିଁ – ଜିଲ୍ଲାପାଳ:

କୋଭିଡ୍ ସପ୍ତାହ ପାଳନରେ ଜିଲ୍ଲାକୁ ଅନେକ ସଫଳତା ମିଳିଛି

272
ADVERTISEMENT

ଛତ୍ରପୁର ,୩୦/୯(ସୁଦାମ ମହାରଣା ) : ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୪ ତାରିଖ ଠାରୁ ଆସନ୍ତା ଅକ୍ଟୋବର ୧ ତାରିଖ ପର୍ୟ୍ୟନ୍ତ ପାଳନ ହେଉଥିବା କୋଭିଡ୍ ସଚେତନତା ସପ୍ତାହରେ ଅନେକ ସଫଳତା ମିଳୁଛି । ଜନ ସାଧାରଣଙ୍କ ମଧ୍ୟରେ ସୃଷ୍ଟି କରାଯାଇଥିବା କୋଭିଡ୍ ସଚେତନତା ଅବସରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି । ନିଜେ ସଚେତନତା ହେଉଥିବା ସହିତ ଅନ୍ୟକୁ ସଚେତନ କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସୁଥିବା ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି । ବହୁ ସଂଖ୍ୟାରେ ମହିଳା ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଆଠ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ଜଣା ପଡିଛି । ଆଜି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍ ପରିଚାଳନା ନେଇ ଭିଡିଓ କନଫରେନ୍ସିଂ ରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ୟ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷାଅଧିକାରୀ, ବ୍ଲକ୍ ସ୍ବାସ୍ଥ୍ୟ ଅଧିକାରୀ ଓ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ କୋଭିଡ୍ ସପ୍ତାହ ପାଳନର ସଫଳତା ଯୋଗୁଁ ପ୍ରଶଂସା କରିଥିଲେ । ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଛି ସତ କିନ୍ତୁ ବର୍ତ୍ତମାନ ମଧ୍ୟ ସଂକ୍ରମଣର ଭୟ ରହିଛି । ସଚେତନତା ସହିତ ଚଢାଉ କାର୍ୟ୍ୟକୁ ବ୍ୟାପକ କରିବା ଜରୁରୀ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ବର୍ତ୍ତମାନ ମଧ୍ୟ ଅନେକ ପରିବା ବ୍ୟବସାୟୀ ସାମାଜିକ ଦୂରତ୍ବ ରକ୍ଷାକରି ୨ ମିଟର ବ୍ୟବଧାନରେ ବସୁ ନାହାନ୍ତି । ପଞ୍ଚସୂତ୍ର ପାଳନ କରୁ ନାହାନ୍ତି । ଏଣୁ ଏମାନଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ତହସିଲଦାର ମାନଙ୍କୁ ଜଣାଇଥିଲେ । ବିଶେଷ କରି ଗହଳି ସମୟରେ ଅଧିକ ଚଢାଉ କରାଯାଉ । ମଣିଷର ପାଟିରୁ ନିର୍ଗତ ଡ୍ରପଲେଟ୍ ଦ୍ବାରା ସଂକ୍ରମଣ ବୃଦ୍ଧି ହେଉଛି । ଏଣୁ ଜିଲ୍ଲାବାସୀ କେମିତି ବିନା ମାସ୍କ ରେ ବାହାରକୁ ବାହାରିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ଜଣାଇଥିଲେ । ପ୍ରତ୍ୟେକ ବ୍ୟକ୍ତି ଯେପରି ମାସ୍କର ବ୍ୟବହାର କରିବେ ସେଥିପ୍ରତି ସୁନିଶ୍ଚିତ କରନ୍ତୁ । ମାସ୍କ ନ ଥିବା ବ୍ୟକ୍ତି ମାନଙ୍କ ସହିତ କଥାବାର୍ତ୍ତା ନାହିଁ । କରୋନା ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଜିଲ୍ଲାବାସୀ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍ ତାହା ଜଣାନ୍ତୁ । ପଞ୍ଚସୂତ୍ର ନିୟମ ଯେପରି ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ଦୋକାନ ପାଳନ କରିବେ ସେଥିପ୍ରତି ଦୃଷ୍ଟି ଦେବାସହ ଚଢାଉ କରନ୍ତୁ । ଗୃହକୁ ଗୃହ ବୁଲି ପରିବା ବିକାଳୀ ମାନେ ବ୍ୟବସାୟ କରିବାକୁ ଉତ୍ସାହିତ କରାନ୍ତୁ । ତେଜରାତି,ଔଷଧ ଓ ପନିପରିବା ଗୁଡିକ ଯେପରି ହୋମ୍ ଡେଲିଭରୀ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇଥିଲେ । ସମସ୍ତ ଅଧିକାରୀ କାର୍ୟ୍ୟାଳୟରେ ଅଧିକାଂଶ ସମୟରେ ନ ରହି କ୍ଷେତ୍ର ପରିଦ୍ରଶନ କରି ଚାଲିରହିଥିବା ଯୋଜନାର ସଫଳ ରୂପାୟନ ଦିଗରେ ଅଧିକ ଯତ୍ନବାନ (ଫୋକସ୍) କରନ୍ତୁ ।


ସମ୍ପ୍ରତି ଗଞ୍ଜାମ ଜିଲ୍ଲା ଓ ଅନ୍ୟାନ୍ୟ ଜିଲ୍ଲାରୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ୟଳୟରେ କରୋନା ଜନୀତ ଚିକିତ୍ସିତ ହେଉଥିବା ଜଣାପଡିଛି । ବ୍ୟକ୍ତିଗଣ ଶ୍ବାସପ୍ରଶ୍ବାସ ସମସ୍ୟା ନେଇ ଚିକିତ୍ସିତ ହେଉଥିବା ନଜରକୁ ଆସିଛି । ଗଞ୍ଜାମ ଜିଲ୍ଲାର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ଦ୍ବାରା ଅନ୍ୟମାନେ ଯେପରି ସଂକ୍ରମଣ ହେବେ ନାହିଁ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲପାଳ କିର୍ତ୍ତୀ ଭାସନ୍ ଭି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡଃ ମନୋରମା ରେଡ୍ଡୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟ ଲେଚନ ମହାନ୍ତ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର୍ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement