ବିଧବା ଭତ୍ତା ପ୍ରଦାନ ନିମନ୍ତେ ଦାବି

257
ADVERTISEMENT

ଦିଗପହଣ୍ଡି ,୩୦/୯(ଡ଼ି.ଏଚ): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ପଞ୍ଚାୟତରେ ବିଧବା ସ୍ତ୍ରୀ ମାନଙ୍କ ପାଇଁ ବିଧବା ପେନସନ ଓ ବୃଦ୍ଧ ଶ୍ରେଣୀ ଲୋକଙ୍କ ପାଇଁ ସରକାରୀ ମଧୁସୂଦନ ପେନସନ ଯୋଜନାରେ ୫00ଟଙ୍କା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଉଥିବା ବେଳେ ଭୀଷ୍ମଗିରି ପଞ୍ଚାୟତରେ ଏହି ଯୋଜନା ଗୁଡିକୁ ନେଇ ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି l କୁହା ଯାଉଛି ଯେ ସରପଞ୍ଚଙ୍କ ଅତିଘନିଷ୍ଠ ଲୋକଙ୍କୁ ଭିତିରି କରବାର କରି ବ୍ୟକ୍ତିଙ୍କୁ ଚି଼ହ୍ନଟ ହେଉଥିବା ବେଳେ ଯୋଗ୍ୟବ୍ୟକ୍ତି ମାନଙ୍କୁ ଏଥିରୁ ଜାଣିଶୁଣି ବାଦଦେଉଥିବାରୁ ସୋମବାର ଭୀଷ୍ମ ଗିରି ପଞ୍ଚାୟତର ୯ନଂ ୱାର୍ଡ ଏବଂ ୧0 ୱାର୍ଡ ର ପ୍ରାୟ ୩0 ଜଣ ବ୍ୟକ୍ତି ସହ ସ୍ୱର୍ଗତ ନରସିଂହ ବ୍ରହ୍ମlଙ୍କ କନିଷ୍ଟ ପୁତ୍ର ରାଜିବ କୁମାର ବ୍ରହ୍ମା ,ମିଟୁ ସେଠୀ , ବୁଲୁ ବେହେରା, ସୁଶାନ୍ତ କୁମାର ସେଠୀ, ରାମ କୃଷ୍ଣ ପାଡ଼ି(ଚଗଲା)ଙ୍କ ନେତୃତ୍ଵରେ ଉକ୍ତ ପଞ୍ଚାୟତର ବହୁ ବିଧବା ମହିଳା, ଏବଂ ବୃଦ୍ଧ ଲୋକ ଙ୍କ ମଧୁବାବୁ ଭତ୍ତା ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଦେବା ପାଇଁ ଯାଇଥିଲେ କିନ୍ତୁ ବିଡ଼ିଓ ଏହା ପୂର୍ବ ସୂଚନା ପାଇ ବିଭିନ୍ନ ଆଳଦେଖାଇ ଚାଲିଯାଇଥିବାରୁ ସେଠାରେ ଲୋକଙ୍କ ନିରାଶ ହେବ ସହ ଘୋର ଅସନ୍ତୋଷ ପ୍ରକାଶ କରି ବ୍ଲକ ଉପାଦକ୍ଷ ପ୍ରତିନିଧି ଏମ ନିରଞ୍ଜନ ରେଡ୍ଡୀଙ୍କୁ ଅବଗତ କରାଇ ବା ପରେ ବିଡ଼ିଓଙ୍କୁ ଦେବା ପାଇଁ ଆଣିଥିବା ଅଭିଯୋଗ ପତ୍ରକୁ କାର୍ଯ୍ୟାଳୟ ବରିଷ୍ଠ କିଣାନୀଙ୍କୁ ଦେଇ ଫେରିଥିଲେ ।ଏହି ଅଭିଯୋଗ ଆଜି ନୁହେଁ ବର୍ଷବର୍ଷ ଧରି ବିଭିନ୍ନ ଆଳରେ ପ୍ରଶାସନ ସେମାନେ ଯୋଗ୍ୟ ହୋଇଥିବା ସ୍ୱତେ ବି ପଞ୍ଚାୟତ ଓ ବ୍ଲକ ପ୍ରଶାସନ ସେମାନଙ୍କୁ ଅଯୋଗ୍ୟ ସଜାଇଥିବା ରୁ ଆଉ ଅପେକ୍ଷା କରିବା ପାଇଁ ସମୟ ନାହିଁ ଏବେ ଜିଲ୍ଲାପାଳଙ୍କୁ ଅବଗତ କରାଇ ପଞ୍ଚାୟତ ଓ ବ୍ଲକ ସାମ୍ନାରେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇ ନିରାଶ ପନ୍ଥା ଆପଣାଇ ଘର କୁ ଫେରିଛନ୍ତି ଆଗକୁ ଯୋଜନାରେ ଅନ୍ତଭୂକ୍ତ ନକଲେ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ l

Advertisement