Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଲେଚାପଡାକୁ ଜଳଯୋଗାଣ ପାଇଁ ବିଡିଓଙ୍କୁ ଦାବି ପତ୍ର

ଲେଚାପଡାକୁ ଜଳଯୋଗାଣ ପାଇଁ ବିଡିଓଙ୍କୁ ଦାବି ପତ୍ର

208
ADVERTISEMENT

କୁକୁଡାଖଣ୍ଡି,୩୦/୯(ଇ.ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ଗ୍ରାମକୁ ଜାନିବିଲି ପ୍ରକଳ୍ପର ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଏନେଇ କିଛି ଗ୍ରାମବାସୀ କୁକୁଡାଖଣ୍ଡି ବିଡିଓଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଲୋଚାପଡା ଗ୍ରାମରେ ଏଗାରହଜାରରୁ ଉଦ୍ଧ ଲୋକ ବାସ କରୁଛନ୍ତି । ଏହା ବ୍ରହ୍ମପୁର ମହାନଗରର ନିକଟବତ୍ତୀ ହୋଇଥିବା ବେଳେ ଗ୍ରାମଦେଇ ଯାଇଥିବା ଜାନିବିଲି ପ୍ରକଳ୍ପରୁ ଜଳ ଯୋଗାଇଲେ ଗ୍ରାମବାସୀଙ୍କ ପାଣିଚିନ୍ତା ଦୂରହୋଇଯିବା ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏଥିରେ ରବିନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଚନ୍ଦ୍ର ପାତ୍ର ,ସଦାନନ୍ଦ ଗୌଡ,ପିଣ୍ଟୁ ବେହେରା,ଦିପୁ ସାହୁ,କୁରେଶ ବେହେରା,ପିଣ୍ଟୁପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

Advertisement