ଚିକିଟି,୨୯/୯(ଋଷିକେଶ ବେହେରା) : ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ।ରାଜ୍ୟ, ଦେଶ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ହାତକୁ ନିଆଯାଇଛି । ଏହି ଅବସରରେ ମା ବାଳ କୁମାରୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା ବାଳକୁମାରୀ ଙ୍କ ଶିଖର ପୀଠରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ପୋଲିସ ଅଧିକାରୀ ସୁରେନ୍ଦ୍ରନାଥ ମୁର୍ମୁ, ଚିକିଟି ଗୋଷ୍ଟିଉନୟନ ଅଧିକାରୀ ଫାଲଗୁନୀ ମାଝୀ, ମା ବାଳକୁମାରି ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା ସମାଜ ସେବୀ ସୁରେନ୍ଦ୍ର ମଣ୍ଡଳ, ସରପଞ୍ଚ ଆପନା ସେଠି, ବାଳକୁମାରି ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ଅଭିମନ୍ୟୁ ରାଉଳ କସାଦକ୍ଷ ସୁଧୀର କୁମାର ସାବତ, ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟନାୟକ, ସଭ୍ୟ ତଥା ସାମ୍ବାଦିକ ନଳିନୀ କାନ୍ତ ପଟନାୟକ, ଦୀପ୍ତି ରଞ୍ଜନ ପାଢ଼ୀ, ତ୍ରିପତି ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିତା ପାତ୍ର,କଳବାଡ ସରପଞ୍ଚ ପ୍ରତିନିଧି ମିଟୁ ପ୍ରଧାନ ରଘୁନନ୍ଦନ ସାହୁ,ମିଟୁ ସାହୁ, ବୁଲୁ ପାତ୍ର,ରଞ୍ଜନ ପ୍ରଧାନ ଙ୍କ ସମେତ ପ୍ରାୟ100ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଯୋଗ ଦେଇ ପୀଠ ସ୍ଥଳୀ ନିକଟରେ ପର୍ଯ୍ୟଟକ ଓ ଭକ୍ତମାନେ ଫିଙ୍ଗିଥିବା ଅଇଁଠା ଖଲି, ପ୍ଲାଷ୍ଟିକ ବୋତଲକୁ ଗୋଟେଇ ସଫାକରିଥିଲେ l ଚିକିଟି ବିଡ଼ିଓ, ଏସ ଡି ପି ଓ ଝାଡୁ ଧରି ପୀଠକୁ ସଫା କରିଥିଲେ l ନାଳ ନିକଟରେ ଥିବା ବୁଦା କୁ ସ୍ବେଛାସେବୀ ମାନେ ପରିଷ୍କାର କରିଥିଲେ l ସମସ୍ତ ଉପସ୍ଥିତ ସ୍ବେଛାସେବୀ ମାନେ ଆହୁରି କେମିତି ଏହି ପୀଠକୁ ସରସ ସୁନ୍ଦର କରି ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିହେବ ସେହି ଉପରେ ଆଲୋଚନା କରାଯାଇଥିଲା l ସେହିପରି ସୁନାପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ଦ୍ଵାରା ପଡିଥିବା ଅଇଁଠା ପତ୍ର, ପ୍ଲାଷ୍ଟିକ ବୋତଲ, ଅଳିଆ ଆବର୍ଜନା କୁ ଚିକିଟି ବ୍ଲକ ଅଧକ୍ଷl ଏମ. ପଦ୍ମl ଙ୍କ ନେତୃତ୍ୱରେ ସଫା କରାଯାଇଥିଲା l ଏହି ସଫେଇ ଅଭିଯାନରେ ପୂର୍ବତନ ବ୍ଲକ ଅଧକ୍ଷ ଏମ. ନାଗରାଜୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମଞ୍ଜୁଳା ବେହେରା, ସମିତି ସଭ୍ୟ ଜୋସଦା ବେହେରା, କତୁରୁ ସରପଞ୍ଚ ଜଗବନ୍ଧୁ ବେହେରା, ସୋରଳ ସରପଞ୍ଚ ଦାମୋଦର ରେଡି,ସମିତି ସଭ୍ୟ ଗିରିଧାର ବେହେରା, ଗିରିସୋଲା ସରପଞ୍ଚ ବି. କ୍ରିଷ୍ଣା ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ବେହେରାଙ୍କ ସମେତ ସମସ୍ତ ଅଙ୍ଗନବାଡିକର୍ମୀ, ଆଶା କର୍ମୀ,ସ୍ବେଛାସେବୀ ଓ ଅଞ୍ଚଳ ବାସି ଯୋଗ ଦେଇଥିଲେ l


















