Friday, November 6, 2026
ADVERTISEMENT
Home ଆଞ୍ଚଳିକ ଆସିକା ବ୍ଳକ୍ ରେ କୋଭିଡ୍ ସପ୍ତାହ ପାଳନ

ଆସିକା ବ୍ଳକ୍ ରେ କୋଭିଡ୍ ସପ୍ତାହ ପାଳନ

189
ADVERTISEMENT

ଆସିକା,୨୯/୯(ଡ଼ି.ଏଚ) ଆସିକା,ଗଞାମ ଜିଲ୍ଲା ସ୍ତରିୟ କୋଭିଡ୍ ସପ୍ତାହ ତା-୨୪ ଠାରୁ ଅକ୍ଟୋବର ମାସ ୧ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉ ଅଛି ।ଏହି ସପ୍ତାହ ପାଳନ ର ଅଭିମୁକ୍ଷ ହେଲା କୋଭିଡି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ ସେ ଦିଗରେ ଆଜି କୋଭିଡି ସପ୍ତାହର ଚତୁର୍ଥ ଦିନରେ ଆସିକା ବ୍ଳକ୍ ଗୋଷ୍ଠି ଉନ୍ନୟନ ଅଧିକାରି ରୋସନ କୁମାର ସତ୍ ପଥି ଙ୍କ ନେତୃତ୍ୱରେ ମାସ୍କ ବଣ୍ଟନ କରିଥିଲେ ସାଧାରଣ ଜନତାଙ୍କୁ ସଚେତନ କରାଇ ଥିଲେ ଓ ଆସିକା ସହରର କିଛି ଯାଗାକୁ ପରିକ୍ରମା କରି କିଛି ଲୋକଙ୍କୁ କରୋନା ଉପରେ ସଚେତନ କରିଥିଲେ ।ଏହି ସଚେତନ କାର୍ଯ୍ୟକ୍ରମକୁ ଆସିକା ବ୍ଳକ୍ ର ସ୍ୱଛ ଭାରତ ମିଶନ (ଗ୍ରାମିଣ)ର ଜି.ପି.ମନିଟର ମାନେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ -RWSS କନିଷ୍ଠ ଯନ୍ତ୍ରୀ ଶ୍ରୀ ଶ୍ରିନିବାସ ରାଓ,କନିଷ୍ଠ ଯନ୍ତ୍ରି ନିଗମା ନନ୍ଦ ନାୟକ,B R C ସନ୍ତୋଷିନି ପ୍ରସାଦ, ବିକ୍ରମ ପ୍ରଧାନ ଜିପି ମନିଟର ଭଗବାନ ସ୍ୱାଇଁ,ସାଗର ପାତ୍ର,କାଳୁଚରଣ ପାତ୍ର,ତାରିଣି ଚରଣ ଭୂୟାଁ,ତୋଫାନ ସେଠି,ସନାତନ ପଣ୍ଡା,ନମ8 ଶିବାୟ ଆଚାରି,ପୂର୍ଣିମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement