ବ୍ରହ୍ମପୁର,,୨୭/୯(ସୁଦାମ ମହାରଣା):ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ଗ୍ରାମର ମା ସଙ୍କଟତାରିଣି ସ୍ବୟଂ ସହାୟକ ଗୋଷ୍ଠୀପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଅର୍ଥ ପ୍ରଦାନ କରିଛନ୍ତି ।ବିଶ୍ବ ମହାମାରୀକରୋନା ପରିଚାଳନା ନିମନ୍ତେ ଏହି ଅର୍ଥ ପ୍ରଦାନ କରିଥିବା ମହିଳା ଗୋଷ୍ଠୀ ସୂଚନା ଦେଇଛନ୍ତି।କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ଉପସ୍ଥିତ ରେ ବିଡିଓ ବିଜୟକୁମାର ବେହେରାଙ୍କୁ ୧୦ହଜାର ଟଙ୍କା ର ଏକ ଚେକ ପ୍ରଦାନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ର ସଭାପତି ଅନୁରୁପା ସାହୁ ,ସମ୍ପାଦକ ରମାଦାସ ସମେତ ସମସ୍ତ ସଭ୍ୟା ଉପସ୍ଥିତ ଥିଲେ ।


















