Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଅସଜଡ଼ା ରାସ୍ତାରେ ଧାନ ରୁଆ ପରବର୍ତ୍ତୀ ସମୟରେ ରୋଡରେ ମେଟାଲ ଡଷ୍ଟ ପଡି କାର୍ଯ୍ୟ ସମ୍ପାଦନ...

ଅସଜଡ଼ା ରାସ୍ତାରେ ଧାନ ରୁଆ ପରବର୍ତ୍ତୀ ସମୟରେ ରୋଡରେ ମେଟାଲ ଡଷ୍ଟ ପଡି କାର୍ଯ୍ୟ ସମ୍ପାଦନ କରାଗଲା

215
ADVERTISEMENT

କୁକୁଡ଼ାଖଣ୍ଡି,୨୫/୯(ଇ.ରଞ୍ଜନ) :କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମ ଦେଇ ବ୍ରହ୍ମପୁର ଗମନାଗମନ ଦୀର୍ଘଦିନ ଧରି ଅସଜଡ଼ା ଥିବା ଦ୍ୱାରା ରାସ୍ତାରେ ଦୃଘଟଣା ବୃଦ୍ଧିପାଇବାରେ ଲାଗିଥିଲା ବାରମ୍ବାର ଅଭିଯୋଗ ସ୍ଵତ୍ବେ ବି ପୂର୍ତ୍ତବିଭାଗ ନିରବ ସାଜିଥିଲା ଦୃଘଟଣା ବି ଚିତ୍ର ସହ ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ କୁକୁଡାଖଣ୍ଡି ବିଡ଼ିଓ ମଧ୍ୟ ପୂର୍ତ୍ତ ବିଭାଗକୁ ଅବଗତ କରିଥିଲେ ପୂର୍ତ୍ତବିଭାଗ ଚେତା ପଷିଥିଲା କିନ୍ତୁ କାର୍ଯ୍ୟସମ୍ପାଦନ ପାଇଁ ଭାବାବେଗରେ ବସିରହିଥିଲା l ଅଞ୍ଚଳର ବଜେପି ନେତା ଚିନ୍ମୟ ନନ୍ଦ ଦାଶ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ମେଡିକାଲ ନିକଟରେ ଥିବା କଚା ରାସ୍ତାରେ ଧାନରୁଆ ଆରମ୍ଭ କରିଥିବା ପରେ ତାହା ଚର୍ଚ୍ଚା ଘେରକୁ ଆସିଥିଲା l ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିଦ ହଜିଥିଲା ପରବର୍ତ୍ତୀ ସମୟରେ ବିଭାଗ କଣ୍ଟ୍ରାକଟର ସାହାଯ୍ୟରେ ରୋଡ଼କୁ କିଛି ପରିମାଣରେ ଡଷ୍ଟ ମେଟାଲରେ ଆଛାଧିତ କରିଥିଲେ l ଯାହା ଫଳରେ ଲୋକେ କିଛି ପରିମାଣରେ ସେଠାରେ ଭର୍ତ୍ତିଯାଇ ଅନ୍ୟତ୍ର ସ୍ଥାନରେ ଦୃଘଟଣାରେ ଶିକାର ହେଉଛନ୍ତି କାରଣ ସେହି ରାସ୍ତା ଗ୍ରାମର ପ୍ରାରମ୍ଭରୁ ବ୍ରଜନଗର ପର୍ଯ୍ୟନ୍ତ ରୋଡ ଅବ୍ୟବସ୍ଥାରେ ପଡି ରହିଛି l

Advertisement