Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଏସ.ୟୁ.ସି.ଆଇ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଏସ.ୟୁ.ସି.ଆଇ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

203
ADVERTISEMENT

କୁକୁଡ଼ାଖଣ୍ଡି,୨୫/୯(ଇ.ରଞ୍ଜନ) : ଏସ ୟୁ ସି ଆଇ ପକ୍ଷରୁ ୧୨ଦଫା ସମ୍ବିଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ l ବର୍ଦ୍ଧିତ ବିଦୂତ ଶୁକ୍ଳ ପ୍ରତ୍ୟାହାର, ବିଦୂତ ସଂଶୋଧନ ଆଇନ ୨0୨0ବାତିଲ,ସରକାରୀ ଉଦ୍ୟୋଗରେ ସେଫହୋମ ର ବ୍ୟବସ୍ଥା ଭାର ସରକାର ବହନ କରନ୍ତୁ, ପ୍ରବାସୀ ଶ୍ରମିକ ଙ୍କୁ ବର୍ଷସାରା ମନେରଗା ରେ ପ୍ରତିଦିନ ୬00ଟଙ୍କା ମଜୁରୀ ଯୋଗାଇ ଦେବା, ସ୍କିମଶ୍ରମିକ ଙ୍କୁ ନିୟମିତ ଦରମା ଦେବା, ପରିଚିକା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ସାରର କଳାବଜାରୀ ବନ୍ଦ କରି ସରକାରୀ ସାର ଦୋକନ ଖୋଲି ଚାଷୀଙ୍କୁ ସମସ୍ତ ପ୍ରକାର ସାର ଯୋଗାଇବା, ଚାଷୀ ଓ ଭାଗ ଚାଷୀ ମାନଙ୍କ ସମସ୍ତ ପ୍ରକାର କୃଷିଋଣ ଛାଡ କରିବା, କୃଷି ଯନ୍ତ୍ରପାତି ରେ ୭୫% ସବସିଡି ପ୍ରଦାନ, ବନ୍ୟା ବାତ୍ୟା ରେ ଭାଙ୍ଗି ଥିବା ଘର ବାବଦ ରେ ଟଙ୍କା ପରିବର୍ତ୍ତେ କୋଠା ଘର ଯୋଗାଇବା, ଜାତୀୟ ଶିକ୍ଷା ନିତି ୨0୨0 ଓ ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତା ସଂଶୋଧନ ଅଧ୍ୟାଦେଶ ବାତିଲ କରିବା, ରେଳ, କୋଇଲା ସମେତ ରାଷ୍ଟ୍ରିୟାତ ଉଦ୍ୟୋଗର ଘରୋଇ କାରଣ ବନ୍ଦ, ନିଯୁକ୍ତି କ୍ଷେତ୍ରରେ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ସହ ବିକ୍ରି ନିଷିଦ୍ଧ କରାଯାଉ, ଦରବୃଦ୍ଧି ରୋକିବା ସହ ସୁଲଭ ମୂଲ୍ୟରେ ଯୋଗାଇବା ପାଇଁ ଦାବି କରିଥିଲେ l ଏଥିରେ ପପୁନ ସାହୁ,,କିସାନ କୁମାର ସାହୁ, କୁନା ଦାସ, ଶିବ ଶଙ୍କର ପାତ୍ର, ଲିପୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

Advertisement