ହିଞ୍ଜିଳିକାଟୁ,୨୪/୯(ଶେଷଦେବ ସାହୁ):-ହିଞ୍ଜିଳିବ୍ଲକ ଦୁର୍ବନ୍ଧ ପଞ୍ଚାୟତର ବିଜେଡି ନେତା ରାମହରି ଶର୍ମାଙ୍କ ପିତା ଭଗବତୀ ଶର୍ମା ବୁଧବାର ପ୍ରାତଃ ସମୟରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୭୮ବର୍ଷ ହୋଇଥିଲା। ସେ ବନ ବିଭାଗରେ କାର୍ଯ୍ୟ କରି ଅଵସର ଗ୍ରହଣ କରିଥିଲେ। ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ସେ ଜଣେ ଉଚ୍ଚ କୋଟିର ଜ୍ୟୋତିର୍ବିଦ ଭାବେ ଆଖ ପାଖ ଅଞ୍ଚଳରେ ବେଶ ସୁଖ୍ୟାତି ଅର୍ଜ୍ଜନ କରିଥିଲେ। ତାଙ୍କ ଵିୟୋଗ ଖବର ପାଇ ଗ୍ରାମବାସୀଙ୍କ ସମେତ ବହୁ ନିକଟ ସମ୍ପର୍କୀୟ ବ୍ୟକ୍ତି ବାସ ଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ। ସ୍ବର୍ଗତ ଭାଗବତୀଙ୍କ ଅନ୍ତିମ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଉଷାରଣୀ,୩ ପୁଅ ରାମହରି,ଚନ୍ଦ୍ରଶେଖର, ଅବିନାଶ,୨ ଝିଅ ଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ । ସେ ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ଜଣାଶୁଣା ଥିଲା ବେଳେ ତାଙ୍କ ନିଧନରେ ଦୁର୍ବନ୍ଧ ଗ୍ରାମ ସମେତ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।


















