ହିଞ୍ଜିଳିକାଟୁ,୨୪/୯(ଶେଷଦେବ ସାହୁ):-ଚଳିତ ବର୍ଷର ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ରୂପେ ଚୟନ କରାଯାଇ ସୁଚାରୁରୂପେ ପରୀକ୍ଷା ନିୟନ୍ତ୍ରିତ ହୋଇଥିଲା। ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁସାରେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ତଥା ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଆବଶ୍ୟକୀୟ ବିଧିବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରି ପରୀକ୍ଷା ପରିଚାଳନା କରିଥିଲେ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ଭିତରେ ପରୀକ୍ଷାର୍ଥୀ ଓ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଗ୍ରାଧିକାର ଭିତ୍ତିରେ ମାସ୍କ, ସାମାଜିକ ଦୂରତା ନିୟମ ଅନୁପାଳନ କରିବା ସହ ପରୀକ୍ଷା ସରିଲା ପରେ ୮ ଟି କୋଠରୀକୁ ନିୟମିତ ବିଶୋଧିତ କରାଯାଇଛି।ସ୍ଥାନୀୟ ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ଗୌତମ ସାହୁ, ସନ୍ତୋଷ କୁମାର ଗୌଡ଼ ଏବଂ ସତ୍ୟରାମ ନାୟକ ପ୍ରମୁଖ ସପ୍ତାହେ ପର୍ଯ୍ୟନ୍ତ ରାସାୟନିକ ମିଶ୍ରଣ ପ୍ରୟୋଗ କରି କୋଠରୀ ଗୁଡିକୁ ବିଶୋଧିତ କରିଥିଲେ।


















