Thursday, September 17, 2026
ADVERTISEMENT
Home ଆଞ୍ଚଳିକ କୋଦଳା ଏନଏସିରେ ବିଧାୟିକାଙ୍କ ସାଙ୍ଗଠନିକ ବୈଠକ

କୋଦଳା ଏନଏସିରେ ବିଧାୟିକାଙ୍କ ସାଙ୍ଗଠନିକ ବୈଠକ

266
ADVERTISEMENT

କୋଦଳା,୨୧-୦୯-୨୦୨୦(ସୂର୍ଯ୍ୟନାରାୟଣ ବୁଡୁ): ସୋମବାର କୋଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସର ରେ କୋଦଳା ଏନଏସି ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ବିଜେଡି ନଗର ସଭାପତି ସଞ୍ଜୀବ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଦଳର ଆଭିମୁଖ୍ୟ ଓ ନବୀନ ବାବୁଙ୍କ ଜନାହିତକ।ରି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ବିଜୁ ଜନତା ଦଳ କହିଲେ ନବୀନ ବାବୁଙ୍କୁ ହିଁ ବୁଝାଏ ଏଠି ପରସ୍ପର ମଧ୍ୟରେ ଗୋଷ୍ଟି ଭେଦ ଭାବ ଭୁଲି ସମସ୍ତେ ଏକ ହୋଇ ନବୀନ ବାବୁଙ୍କ ପାଇଁ ହିଁ ଦଳକୁ ମଜୁଭୁତ କରିବାକୁ ପଡିବ ବୋଲି କହିବା ସହିତ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଁଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଯଥାସମ୍ଭବ ସମାଧାନ ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ।ନବୀନ ବାବୁଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରତ୍ୟକ ୱର୍ଡ  ରୁ ମହିଳା ମାନଙ୍କ ସଙ୍ଗଠନ କୁ ସୁଦ୍ରୁଢ କରିବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିବା ସହିତ 13 ଗୋଟି ୱର୍ଡ  କୁ ପାଞ୍ଚ ଭାଗ ରେ ବିଭକ୍ତ କରି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିଲେ । ଦୁଇଦିନ ମଧ୍ୟ ରେ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତି ରେ ସ୍ଥାନୀୟ ନେତ୍ରୁବ୍ରୁନ୍ଦ ଙ୍କ ସହଯୋଗ କ୍ରମେ ପ୍ରତ୍ୟକ ୱର୍ଡ  ରୁ ତିନିଜଣ ଲେଖାଏଁ ସକ୍ରିୟ ମହିଳା କର୍ମୀ ବାହାର କରିବାକୁ ପରାମର୍ଶ ଦେଇଥିଲେ । ସେହି ମହିଳା କର୍ମୀଙ୍କ ଦକ୍ଷ୍ଯତା କୁ ନେଇ ଉପସଭାପତି ଓ ସମ୍ପାଦିକା ବଛାଯାଇ ମହିଳା ସଙ୍ଗଠନ କୁ ଆଗକୁ ନିଆଯିବ ବୋଲି ବିଧାୟିକା ପ୍ରକାଶ କରିଥିଲେ । ଏହି ବୈଠକ ରେ ମହିଳା ସଭାପତି ସୁଜାତା ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଯୋଗଦେଇ ଥିଲେ। ବୈଠକ ଶେଷ ହେବାପରେ ମେଡିକାଲ ପେବର ରୋଡ ଅଗ୍ରଗତି ଦେଖିବାକୁ ଯାଇ ସେଠାରେ ଥିବା ଦୋକାନ ଓ ଘର ଘୁଞ୍ଚାଈବାକୁ ମାଲିକଙ୍କ ସହିତ ଆଲୋଚନା କରିଥିଲେ ଓ ଶୀଘ୍ର ରାସ୍ତା କାର୍ଯ୍ଯ ଶେଷ କରିବାକୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Advertisement