ବ୍ରହ୍ମପୁର,୧୯/୯( ଇ.ରଞ୍ଜନ) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ପଞ୍ଚାୟତର ଯୁବଗୋଷ୍ଠୀଙ୍କ ଅକ୍ଲାନ୍ତ ଉଧ୍ୟମରେ ସରକାରି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୋଖରୀର ପୁନଃଉଦ୍ଧାର ସହ ବୃକ୍ଷରୋପଣ ର ସୌନ୍ଦର୍ଯ୍ୟ କରଣ କରାଯାଇଛି ଏଥିପାଇଁ ସରକାରୀ ବ୍ୟୟ ୧0 ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗ୍ରାମର ସରପଞ୍ଚଙ୍କ ଏଭଳି ଉର୍ଣ୍ଣୟନମୂଳକ କାର୍ଯ୍ୟର ସମ୍ପାଦନ ପାଇଁ ଅନିଚ୍ଛା ଭାବମୂର୍ତ୍ତି ଦେଖାଉଥିବା ଜଣାପଡୁଥିଲା ଏହାର ପୁନଃଉଦ୍ଧାର ପାଇଁ ବାରମ୍ବାର ଅଭିଯୋଗ ସ୍ୱତେ ବି ସରପଞ୍ଚ ଆଗ୍ରହ ପ୍ରକାଶ ପାଉନଥିବାଯୋଗୁଁ ପଞ୍ଚାୟତର ଉର୍ନତି ଚାହୁଁଥିବା ଗୋପବନ୍ଧୁ ଯୁବଗୋଷ୍ଠୀ ବିରଧି ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ପଞ୍ଚାୟତକୁ ଘେରିଥିଲେ ସରପଞ୍ଚ ପିତାମ୍ବର ଗୌଡ଼ଙ୍କ ଶେଷରେ ସେ ସବୁ କାର୍ଯ୍ୟରେ ବିଫଳ ହୋଇ ସେହି ଯୁବଗୋଷ୍ଠୀଙ୍କ ଠାରେ ନତମସ୍ତକ ହୋଇ ବନ୍ଧ ପୋଖରୀ ର କାର୍ଯ୍ୟକୁ ପୁନଃ ବିକାଶ ପାଇଁ ଅନୁମତି ଦେଇଥିବା ଯୁବକ ମାନେ ମତରଖିଛନ୍ତି ଏହି ବିକାଶ କାର୍ଯ୍ୟ ପାଇଁ ନିର୍ଧାରିତ ସମୟ ଠାରୁ ଇଚ୍ଛା ମନବଳ ସୁଦୃଢଥିବା ଯୋଗୁଁ ଯୁବଗୋଷ୍ଠୀ ସ୍ୱଳ୍ପସମୟରେ ପୁନଃଉଦ୍ଧାର କରିଥିବାରୁ ଗ୍ରାମର ବୃଦ୍ଧିଯିବି, ସମାଜସେବୀମାନଙ୍କ ଏଭଳି ଯୁବ ଗୋଷ୍ଠୀର ମୋହାନତା କାର୍ଯ୍ୟ ପାଇଁ ସାଧୁବାଦର ସୁହ ଛୁଟିଥିଲା ସେମାନଙ୍କ କାର୍ଯ୍ୟର ବିକାଶ ପାଇଁ ଅତିଆବଶ୍ୟକ ସରଞ୍ଜାମ ଯୋଗାଇ ଦେବା ପାଇଁ ଆଗ୍ରହ ପ୍ରକାଶ କରି ଉକ୍ତଗ୍ରାମର ବୈଦାନ୍ୟ ବ୍ୟକ୍ତି ଅବସରପ୍ରାପ୍ତ ପୁରାତନ ପ୍ରଧାନଶିକ୍ଷକ ରାଷ୍ଟ୍ରପତି ପ୍ରାପ୍ତ ନରସିଂହ ବ୍ରହ୍ମା ଙ୍କ କନିଷ୍ଟ୍ ପୁତ୍ର ରାଜୀବ ବ୍ରହ୍ମା ପଖୋରୀ ର ସୌନ୍ଦର୍ଯ୍ୟ କୁ ଅଧିକରୁ ଅଧିକ ବୃଦ୍ଧି କରି ଆଗକୁ ଆଗେଇ ନେବା ପାଇଁ ସେ ବହୁ ଦାମୀ ସୌନ୍ଦର୍ଯ୍ୟ ବୃକ୍ଷ ଚାରା ରୋପଣ ପାଇଁ ସହଯୋଗକରିବା ସହ ଆର୍ଥିକଟଙ୍କା ସାହାଯ୍ୟ ଯୋଗାଇ ଦେଇଥିବା ରୁ ସେଠାକାର ଅଞ୍ଚଳବାସି ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l



















