Thursday, September 17, 2026
ADVERTISEMENT
Home ଆଞ୍ଚଳିକ ବିଜେପି ପକ୍ଷରୁ ରକ୍ତଦାନ ଶିବିର

ବିଜେପି ପକ୍ଷରୁ ରକ୍ତଦାନ ଶିବିର

336
ADVERTISEMENT

ବ୍ରହ୍ମପୁର,୧୮/୯,(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପି.ନୂଆ ଗାଁ ରାଜିବଗାନ୍ଧି ସେବା କେନ୍ଦ୍ର ପରିସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ରେ ବିଜେପି ପକ୍ଷରୁ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଅରୁଣ କୁମାର ପଣ୍ଡା ଉଦ୍ ଘାଟନ କରିଥିବା ବେଳେ ବିଜେପି ପୂର୍ବତନ ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାଥ ମିସ୍ତ୍ରୀ, ଚନ୍ଦ୍ର ମୋହନ ଜେନା କୃଷକ ମୋର୍ଚ୍ଚା ସଭାପତି ରାମକୃଷ୍ଣ ଜେନା, ନୀଳମାଧବ ସ୍ବାଇଁ, କାର୍ତ୍ତିକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଗ୍ରହ କରିଥିବା ବେଳେ ଚନ୍ଦ୍ର ମୋହନ ଜେନା ଙ୍କ ସଞ୍ଜୋଜନା ରେ ଏହି ଶିବିର ଆୟୋଜନ ହୋଇଥିଲା।

Advertisement