ବ୍ରହ୍ମପୁର,୧୬/୯(ଇ.ରଞ୍ଜନ ): ଗଂଜାମ ଜିଲ୍ଲା ପୋଲିସର ଏସ.ଆଇ ଏବଂ ଏ.ଏସ ଆଇଙ୍କୁ ଏସପିଙ୍କ ନିର୍ଦେଶକ୍ରମେ ଅଦଳବଦଳ l ଜିଲ୍ଲାରେ ୩ ଜଣ ଏସ.ଆଇ ଏବଂ ୧୯ ଜଣ ଏସଆଇ ଏସ.ଆଇଙ୍କ ଅଦଳ ବଦଳ ହୋଇଛି । ଝୁନୁଵାଲା ସାସମଲଙ୍କୁ ମୁଖ୍ୟ କାର୍ଯ୍ୟାଳୟରୁ ବ୍ରହ୍ମପୁର ମହିଳା ଥାନା । ଏସ ଆଇ ମହେନ୍ଦ୍ର ବେହେରାଙ୍କୁ ମୁଖ୍ୟ କାର୍ଯ୍ୟାଳୟରୁ ଗୋପାଳପୁର ଥାନା ଏବଂ ଏସ.ଆଇ ସବିତା ପାଣିଗ୍ରାହୀ ମହିଲା ଥାନାରୁ ସଦର ଥାନା । ସେହିପରି ଏ.ଏସ.ଆଇ ସ୍ତରରେ ଗୋପାଳପୁର ଥାନାରୁ ପୁରୁଷୋତ୍ତମ ପାଇକଙ୍କୁ ସଦର ଥାନା । ଧୋବା ସ୍ୱାଇଁଙ୍କୁ ନିମଖଣ୍ଡି ଫାଣ୍ଡି ରୁ ଚିକିଟି ଏସ.ଡି.ପିଓ କାର୍ଯ୍ୟାଳୟ । ସଦର ଥାନା ର ସୁରେଶ ସାହୁଙ୍କୁ ଜରଡା ଥାନା ଏବଂବିନୀତ ଶତପଥି ଙ୍କୁ ନୂଆ ପୋଡ଼ା । ସେହିପରି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କୁ ବୈଦ୍ୟନାଥପୁର ଥାନା ରୁ ସଦର ନିମଖଣ୍ଡି ଫାଣ୍ଡି । ଏହିଭଳି ୧୯ ଜଣ ଏ.ଏସ.ଆଇ ଙ୍କୁ ଵ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାକୁ ଅଦଳି ବଦଳି କରିଛନ୍ତି ଵ୍ରହ୍ମପୁର ଏସ.ପି ପିନାକ ମିଶ୍ର ।


















