କୁକୁଡାଖଣ୍ଡି,୧୫/୯,(ଇ.ରଞ୍ଜନ ) ବ୍ଲକ ଅନ୍ତର୍ଗତ ଜଗଦଳପୁର ଗେଟ ବଜ଼ାର ମୁଖ୍ୟ ରାସ୍ତାରେ ଦୀର୍ଘଦିନ ଧରି ଗାଁରେ ନାହିଁ ପାଣି କିନ୍ତୁ ରାସ୍ତାରେ ଜମିଛି ପାଣି ବାରମ୍ବାର ଖବର ପ୍ରସାରଣ ଚାଲିଛି କିନ୍ତୁ ସ୍ଥାନୀୟ ପୂର୍ତ୍ତବିଭାଗ ନିରବ ସାଜିଛି ରୋଡ଼ଟି ନିର୍ମାଣ ହୋଇଥିବା ବେଳେ ବିଭାଗ ମୋଟା ଅଙ୍କର ଟଙ୍କା ଠିକାଦାର ଠାରୁ ଗ୍ରହଣ କରି ଅଧପନ୍ତରୀୟା କରିଛନ୍ତି କି ବୋଲି ସାଧାରଣ ରେ ପ୍ରଶ୍ନ ଏବଂ ଏଥିରେ ଜନପ୍ରତିନିଧିଙ୍କ ନିରବତାକୁ ନେଇ ସାଙ୍ଘାତିକ ଚର୍ଚ୍ଚା ଏଥିରେ କେତେ ପି.ସି ଥିଲା ? ତାହା ଏଠାରେ ସନ୍ଦେହ ଘେରକୁ ଟାଣି ନେଉଛି ବହୁ ବିଳମ୍ବ ହୋଇଥିଲେ ସୁଦ୍ଧା ରୋଡ଼ର ବିକାଶ ଏଯାବତ କୌଣସି କାର୍ଯ୍ୟ ସମ୍ପାଦନ ହୋଇନଥିବା ବେଳେ ଗାଁ ମୁଖରେ ଥିବା ରାଜ୍ୟସରକାରଙ୍କ ବୃହତ ଜାନିବାଲି ପ୍ରକଳ୍ପ ପାଣି ଭଣ୍ଡାର ହାସ୍ୟସ୍ପଦ କଥା ସେହି ଅଞ୍ଚଳରେ ନାହିଁ ପାଣି ବାରମ୍ବାର ଅଭିଯୋଗ ପରେ ପାଣି ଯୋଗାଇ ଦେବା ପାଇଁ ଅଞ୍ଚଳର ବିଧାୟକ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରାଜୀବ ଗାନ୍ଧୀ ସେବା ଗୃହ ନିକଟରେ ପ୍ରସ୍ତରସ୍ଥାପନ କରି ଧୁପଦୀପ ଦେଇଥିଲେ ଏହି ପର୍ଯ୍ୟାନ୍ତ କୌଣସି କାର୍ଯ୍ୟନ ହୋଇରହିଛି କିନ୍ତୁ ପାଣି ଅଞ୍ଚଳ ଲୋକଙ୍କ ପାଇଁ ସାତସପନ ହୋଇଥିବା ଲୋକ ମତବ୍ୟକ୍ତ କରିଥିବା ଯୋଗୁଁ ଏହି କାର୍ଯ୍ୟର ବିଳମ୍ବନା ପାଇଁ ବିଧାୟକ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପିନେତା ମହନ୍ତଚିନ୍ମୟାନ୍ଦ ଦାଶ ମଙ୍ଗଳବାର ସେହି ରାସ୍ତାରେ ଆସୁଥିବା ବେଳେ ଅଞ୍ଚଳ ବାସି ଅଭିଯୋଗ କରିଥିଲେ ସେଠାରୁ ଉପାୟ ବାହାର କରି ସ୍ଥାନୀୟ ଅଞ୍ଚଳର କିଛି ମହିଳାଙ୍କୁ ଧରି ରୋଡ଼ରେ ପାଣି ଜମିଥିବା ନେଇ ଧାନ ରୋଇଲେ ବିଜେପି ନେତା ଓ ସ୍ଥାନୀୟ ଲୋକେ ଏବଂ ସହର ତୋଳି ଅଞ୍ଚଳ ଏଭଳି ହେଲେ ଦୁର୍ଗମ ଅଞ୍ଚଳ କିଭଳି ଥିବ ଏହା ନେଇ ବର୍ଷଣl କରିଥିଲେ ଏଭଳି ମୋହନତା କାର୍ଯ୍ୟ କରିଥିବା ଯୋଗୁଁ ଗାଁ ଏବଂ ରାସ୍ତାରେ ଯିବାଆସିବା ଲୋକ ମହନ୍ତ ଚିନ୍ମୟlନନ୍ଦଙ୍କୁ ସାଧୁବାଦ ଜଣାଇଥିଲେ l


















