Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ମହଙ୍ଗା ପଡ଼ିଲା ପ୍ରେସ୍‌ମିଟ୍‌, ପୁଲିସ ଅଫିସର୍ସ ସଂଘ ସଭାପତି ନିଲମ୍ବିତ

ମହଙ୍ଗା ପଡ଼ିଲା ପ୍ରେସ୍‌ମିଟ୍‌, ପୁଲିସ ଅଫିସର୍ସ ସଂଘ ସଭାପତି ନିଲମ୍ବିତ

549
ADVERTISEMENT

ଭୁବନେଶ୍ୱର,୩୧/୭ ଏଜେନସି: ମହଙ୍ଗା ପଡ଼ିଲା ପ୍ରେସ୍‌ମିଟ୍‌। ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁ ମାମଲାରେ ବାଲିଆପାଳ ଆଇଆଇସିଙ୍କୁ ମାଡ଼ ପ୍ରତିବାଦରେ କାର୍ଯ୍ୟରତ ପୁଲିସ ଅଧିକାରୀମାନଙ୍କର ସୁରକ୍ଷା ଦାବି କରି ସାମ୍ବାଦିକ ସମ୍ମିଳନୀ କରିଥିବା ପୁଲିସ ଅଫିସର୍ସ ସଂଘ ସଭାପତି ତଥା ପୁଲିସ କମିସନରେଟ୍‌ ମୁଖ୍ୟାଳୟ ଏସିପି ସତ୍ୟଜିତ ମିଶ୍ର ନିଲମ୍ବିତ ହୋଇଛନ୍ତି। ‘ସର୍ଭିସ କୋଡ୍‌’ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ବାଲିଆପାଳ ଥାନା ଇନ୍ସ‌ପେକ୍ଟରଙ୍କୁ ମାଡ଼ ଘଟଣାକୁ ନିନ୍ଦା କରିବା ସହ ଅନେକ ସମୟରେ ପୁଲିସ ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ ବା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କଲା ବେଳେ ମାଡ଼ ଖାଉଥିବା ଦେଖାଯାଉଛି । ଏଣୁ ସେମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଅଫିସର୍ସ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଶ୍ରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ଆଧାରରେ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି ।

Advertisement