Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗଂଜେଇ ଚଳାନ ରୋକିବା ମୋଟା ଅଙ୍କ ଦାବି କରିଥିବା ୪କନେଷ୍ଟବଳଙ୍କୁ ଏସପି ସସ୍ପେଣ୍ଡ କରିଛନ୍ତି

ଗଂଜେଇ ଚଳାନ ରୋକିବା ମୋଟା ଅଙ୍କ ଦାବି କରିଥିବା ୪କନେଷ୍ଟବଳଙ୍କୁ ଏସପି ସସ୍ପେଣ୍ଡ କରିଛନ୍ତି

312
ADVERTISEMENT

କୁକୁଡ଼ାଖଣ୍ଡି,୧୪/୯(ଇ.ରଞ୍ଜନ): ବ୍ରହ୍ମପୁର ଗଂଜେଇ ଚାଲାଣ କରି ଚାରି କନେଷ୍ଟେବଳ ସସ୍ପେଣ୍ଡ ହୋଇଛନ୍ତି ଟୁକୁନା ସେଠୀ ସି/୮୧୧, ରାଜେନ୍ଦ୍ର ସେଠୀ ଏଲ୍‌ଏନ୍‌କେ/୪୪୭, ସନ୍ତୋଷ କୁମାର ଜାଲ ସି/୮୪୮ ଏବଂ ଅଭିଯାନ ଗୋମାଙ୍ଗ ଓଏପିଏଫ୍‌/୧୦୨ଙ୍କୁ ନିଲମ୍ବନ କରାଯାଇଥିବା ଏଏସ୍‌ପି ପ୍ରଭାତ କୁମାର ରାଉତରାୟ ସୂଚନା ଦେଇଛନ୍ତି । ଏଏସ୍‌ପିଙ୍କ ସୂଚନା ଅନୁସାରେ ଗତ ୨ ତାରିଖ ମଧ୍ୟରାତ୍ରରେ ଏହି ଘଟଣା ଘଟିଥିଲା । ବଡ଼ବଜାର ଥାନା ଅଞ୍ଚଳରୁ ବାହାରିଥିବା ଏକ ଗୁଟ୍‌ଖା ଗାଡ଼ି ଲାଠି ଏବଂ ବେନ୍ଦାଳିଆ ଗ୍ରାମ ଦେଇ ଯାଉଥିବା ବେଳେ ବଡ଼ବଜାର ଥାନାରେ କାର୍ଯ୍ୟରତ ୪ ଜଣ କନଷ୍ଟେବଳ ଉକ୍ତ ଗାଡ଼ିକୁ ଅଟକାଇ ଥିଲ । ପାର କରିବା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ଏହି ଘଟଣାକୁ ନେଇ ବଡ଼ବଜାର ଅଞ୍ଚଳର ଏମ୍‌.ରଞ୍ଜିତ ନାମକ ଜଣେ ଗୁଟ୍‌ଖା ବ୍ୟବସାୟୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଖୋଦ୍‌ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଘଟଣାର ତଦନ୍ତ କରିଥିଲେ । ଏଥିରେ କିଏ ସାମିଲ ଥିଲେ, ସେହି ସମୟରେ ସେହି ଅଞ୍ଚଳରେ କିଏ ଡ୍ୟୁଟିରେ ଥିଲେ, କେତେ ଟଙ୍କା ମାଗିଥିଲେ ଯାଞ୍ଚ କରାଯାଇ ଥିଲା। ଅଭିଯୋଗର ସତ୍ୟତା ଥିବା ଜାଣି ଶେଷରେ ୪ ଜଣ କନଷ୍ଟେବଳଙ୍କୁ ଏସ୍‌ପି ନିଲମ୍ବନ କରିଛନ୍ତି ।
ଏମ୍‌.ରଞ୍ଜିତ ବଡବଜାର ସୀତାରାମ ସାହି ଟୁକୁନା ସାହୁଙ୍କ ଠାରୁ ଗୁଟ୍‌ଖା କିଣିଥିଲେ । ସେହି ଗୋଦାମ ମଧ୍ୟ ଯାଞ୍ଚ କରିଛି ପୁଲିସ । ସେଠାରେ ଖଇନି ଏବଂ କିଛି ଗୁଟ୍‌ଖା ଜାତୀୟ ସାମଗ୍ରୀ ଥିବା ବେଳେ ପ୍ରାୟ ୨ ଶହ ବସ୍ତା ଖଇନି ମଧ୍ୟ ପୁଲିସ ଜବତ କରିଛି । ବ୍ୟବସାୟୀ ଟୁକୁନା ସାହୁ ଏହି ସମସ୍ତ ଜବତ ସାମଗ୍ରୀର ବିଲ୍‌ ଥିବା ନେଇ ପୁଲିସକୁ ଜଣାଇଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସାଙ୍ଗକୁ ଉକ୍ତ ସାମଗ୍ରୀର ତଥ୍ୟ ହାସଲ ପାଇଁ କେନ୍ଦ୍ରୀୟ ଅବକାରୀ, ସର୍ଭିସ୍‌ ଟ୍ୟାକ୍ସ ବିଭାଗ ବ୍ରହ୍ମପୁର ଡିଭିଜନ ଏବଂ ଡେପୁଟି କମିଶନର୍‌ ଅଫ ସିଟି ଏଣ୍ଡ ଜିଏସ୍‌ଟି ଗଞ୍ଜାମ-୨ ସହ ବିଏମସିର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ପଠାଇଛି । ଏସ୍‌ପିଙ୍କ ତଦନ୍ତ ଜାରି ରହିଥିବା ବେଳେ ୪ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ଆଗାମୀ ଦିନରେ ଏହି ଘଟଣାର ଅଧିକ ତନାଘନା ଜାରି ରହିବ । ଏଥିରେ ଆଉକେହି ସମ୍ପୃକ୍ତଥିଲେ ତାଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି ଏସପି ରାଉତରାୟ ସୂଚନାଦେଇଛନ୍ତି ।

Advertisement