Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଧାୟିକାଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କଲେ ବଡ଼ ରାଉଳ ଯୁବକସଙ୍ଘ

ବିଧାୟିକାଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କଲେ ବଡ଼ ରାଉଳ ଯୁବକସଙ୍ଘ

492
ADVERTISEMENT

କୋଦଳା,୧୪/୯(ସୂର୍ଯ୍ୟନାରାୟଣ ବଡୁ ) : ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ ଖଇରଖମା ପଂଚାୟତ ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମର ମା ବଡ ରାଉଳ ଯୁବକ ସଂଘ ପକ୍ଷରୁ ରବିବାର କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ବିଧାୟିକା ଉକ୍ତ ଗ୍ରାମରେ ପହଞ୍ଚିବା କ୍ଷଣି ବିରାଟ ପଟୁଆରରେ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ତତସହିତ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ। ବିଧାୟିକା ଏହି ଘଡି ସନ୍ଧି ମୁହୂର୍ତ୍ତରେ କରୋନାକୁ ଖାତିରି ନକରି ଗାଁ ଗାଁ ବୁଲି ଲୋକଙ୍କୁ ହାତଧୁଆ କାର୍ଯ୍ୟକ୍ରମ ଠୁ ଆରମ୍ଭ କରି ସଂଗରୋଧ କେନ୍ଦ୍ର ବୁଲି ଲୋକଙ୍କ ଅଭାବ ଅସୁବିଧା ବୁଝିବା , ଅଫିସରଙ୍କ ସହ ଆଲୋଚନା କରି ସମାଧାନ କରିବା ଓ କରୋନା ଆକ୍ରାନ୍ତ ଗୁରୁତର ହେଲେ ମେଡିକାଲରେ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚେଷ୍ଟା କରିଥିଲେ ବୋଲି ସଂଘ ତରଫରୁ କହିଥିଲେ ।ଏହି କାର୍ଯକ୍ରମରେ ପୂର୍ବତନ ସରପଞ୍ଚ ଵିଜୟ କୁମାର ନାୟକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲା ବେଳେ ସଙ୍ଘର ସଭାପତି ଅଶୋକ ପଣ୍ଡା ସମ୍ପାଦକ କେଦାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement