Wednesday, September 23, 2026
ADVERTISEMENT
Home ରାୟଗଡ଼ା ରାୟଗଡାଜିଲ୍ଲାର ପ୍ରସିଦ୍ଧ ମା ମାଝୀଗୌରୀ ଆମ୍ମା ମନ୍ଦିର

ରାୟଗଡାଜିଲ୍ଲାର ପ୍ରସିଦ୍ଧ ମା ମାଝୀଗୌରୀ ଆମ୍ମା ମନ୍ଦିର

244
ADVERTISEMENT

ନୂଆଦିଲ୍ଲୀ ୧୩/୯(ଲଷ୍ମୀନାରାୟଣ ବେବର୍ତ୍ତl), : ମା ମାଝୀଗୌରୀ ଆମ୍ମା( ମା ମଝି ଘରିଆଣି ମନ୍ଦିର ) ମନ୍ଦିର ରହିଛି ରାୟଗଡାସହର ରେ ଯାହା ଅଭିଭକ୍ତ କୋରାପୁଟ ଜିଲ୍ଲା ତଥା ବର୍ତ୍ତମାନର ରାୟଗଡାଜିଲ୍ଲାର. ଦୁଇଟି ଟ୍ରେନ ଲାଇନ ମଝିରୁ ମା ଙ୍କ ଭୂମି ରୁ ଆବିର୍ଭlଵ ବୋଲି ଜନଶ୍ରୁତିରୁ ଜଣାଯାଏ I ଏବଂ ମା ଙ୍କ ନାମ ସେହିଭଳି ନାମିତ, ବହୁ ପ୍ରତକ୍ଷ ଦେବୀ ଅଟନ୍ତି ମା, ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସ ରେ ମା ଙ୍କୁ ଡାକିଲେ ମନୋବାଞ୍ଛା ପୁର୍ଣ ହୋଇଥିlଏ I ଥରେ ଓଡିଶାରୁ ଦିଲ୍ଲୀ ରାୟଗଡା ହୋଇ ଫେରୁଥିଲି, ସମୟ ଅଭାବରୁ ମା ଙ୍କ ଦର୍ଶନ କରିନପାରି ରାୟଗଡା ଷ୍ଟେସନରେ ସମତା ଏକ୍ସପ୍ରେସ ଧରି ଦିଲ୍ଲୀ ଆସିବାକୁ ମୁ ତରବର ହୋଇ ଗାଡିଧରିବାକୁ ଷ୍ଟେସନ ଯାଉଥାଏ, ସାଙ୍ଗରେ ସେଇଠିକାର ଜଣେ ବନ୍ଧୁ ମୋଟରସାଇକେଲ ନେଇ ଛାଡିବାକୁ ଆସିଥାନ୍ତି I ରାସ୍ତାରେ ତାଙ୍କ ଗାଡି ସାମାନ୍ୟ ତ୍ରୁଟି ପାଇଁ ଅଟକିଗଲା I ଷ୍ଟେସନରେ ପହଂଚିଲା ବେଳକୁ ପ୍ଲାଟଫର୍ମରୁ ଗାଡିର ଗତି ବଢ଼ି ଗଲା, ଦୁଇ ହାତ ରେ ମୋର ଦୁଇଟା ଲଗେଜ ଥlଏ, ଟ୍ରେନ ରେ ଚଢି ଯିବା ପାଇଁ ଇଛା ମଧ୍ୟ ପ୍ରକଟ କଲି. କାରଣ ସଂରକ୍ଷଣ ଟିକେଟ ନଷ୍ଟ ହେବ, ଏଣେ ମା ଙ୍କ ଆଦେଶ ଜୀବନ ପ୍ରତି ବିପଦ ନିଆନl, ମୋ ଦର୍ଶନ କରି ଯା. ସତରେ ମା ମୋର ପ୍ରାଣ ବଞ୍ଚାଇ ଦେଲ I ଯାତ୍ର ସ୍ଥଗିତ କାଲି ରାତି ରହିଲି, ଏବଂ ସନ୍ଧ୍ୟା ରେ ଯାଇ ମା ଙ୍କ ଦିବ୍ୟରୂପ ଦର୍ଶନ କାଲି ଏବଂ ମା ଙ୍କ ଆଶୀର୍ବାଦ ରୁ ଆର ଦିନ ପୁଣି ସେହି ଗାଡି ଥlଏ, ସେତେବେଳେ ବିଶାଖାପାଟଣା ରୁ ଦିଲ୍ଲୀ ମାତ୍ର ଗୋଟିଏ ଟ୍ରେନ ସମେତl ଏକ୍ସପ୍ରେସ୍ରେ. ସେ ବି ସପ୍ତାହକୁ ତିନିଦିନ. କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭକ୍ତଚରଣ ଦାସ ଙ୍କ ସମୟରେ ଏହି ଟ୍ରେନ ର ଚଳାଚଳ ର ଶୁଭାରମ୍ଭ ହୋଇଥିଲା I ଯାହାହେଉ H.Q କୋଟl ରେ ସ୍ଥାନ ସଂରକ୍ଷଣ ମଧ୍ୟ ସୁବିଧାରେ ହୋଇଗଲା, ଆଉଦିନର କଥା,ପିଲାମାନଙ୍କୁ ନେଇ ଶଶୁର ଘର ଗଜପତି ପାରଳାଖେମୁଣ୍ଡି ସହରରୁ ସନ୍ଧ୍ୟାରେ ବାହାରି ରାତି ନଅ ଟା ପାଖାପାଖି ରାୟଗଡାରେ ପହଂଚି ରହିଲୁ I ସକାଳ 9.15 ରେ ଟ୍ରେନ ଥlଏ ନିତ୍ୟକର୍ମ ସାରି ପିଲାମାନଙ୍କୁ ନେଇ ସକାଳ 7ଟା ରେ ମା ଙ୍କ ଦର୍ଶନଅଭିମୁଖେ ରେ ବାହାରିଥିଲି. ବିଶେଷ କରି ମାନସିକ ପୂରଣ ପାଇଁ ମା ଙ୍କ ପାଖରେ ମଙ୍ଗଳବାର ଓ ଗୁରୁବାର ପ୍ରବଳ ଭିଡ଼ ଥାଏ, କାହିଙ୍କି ନା ପୋଡ଼ସି ରାଜ୍ୟ ଆନ୍ଧ୍ରା ଓ ଝାରଖଣ୍ଡ ଓ ମଧ୍ୟପ୍ରଦେଶରୁ ପ୍ରବଳ ଭକ୍ତ ଆସିଥାନ୍ତି I ମା ଙ୍କ ସମ୍ମୁଖ ରେ ଲାଇନ ଲଗାଇ ଆନୁମାନିକ ପାଞ୍ଚ ସହ ଭକ୍ତ ପିଲାଛୁଆ ଧରି ଛିଡାହୋଇଥାନ୍ତି. ମୋର ଦିଲ୍ଲୀ ଆସିବା ପାଇଁ ଟ୍ରେନଥlଏ 9.15ରେ .ମୋ ପୂର୍ଵ ରୁ ଯେତେଜଣ ଲାଇନରେ ଛିଡା ହୋଇଥାନ୍ତି ଆଶା ନଥାଏ ମା ଙ୍କ ଦର୍ଶନ କରି ଟ୍ରେନ ଧରିହେବ I ଲାଗୁଥlଏ ଟ୍ରେନ ଆଜି ମିସ ହେବ, ଏଣେ ମା ଙ୍କ ଦର୍ଶନସାରି ତେଣେ ରହୁଥିବା ହୋଟେଲ (Lodge ) କୁ ଆସି ନିଜ ଲଗେଜ ଧରି ଏକ k.m.ଯାଇ ଟ୍ରେନଧରିବାକୁ ହେବ. ଟ୍ରେନ ଫେଲ ହେଲା ମନେ conform ଟିକେଟ ସବୁ କ୍ୟାନସେଲ ହେବ, ପୁଣି ପରବର୍ତ୍ତୀ ସମୟରେ ticket conform ହେବା ମଧ୍ୟ ସେ ସମୟରେ ଏକ ଅସୁବିଧାଜନକ ପରିସ୍ଥିତି ଥାଏ, ପୁରା ଟେନସେନ ରେ ଥlଏ I ଏକୁଟିଆ ହୋଇଥିଲେ ଅଲଗା କଥା, ସାଙ୍ଗ ରେ ମୋର ଦୁଇ ଝିଅ ଓ ସହଧର୍ମିଣୀ ଥାନ୍ତି. ମା ଙ୍କ ମନ୍ଦିର ପରିଚାଳନା କମିଟି କାର୍ଯ୍ୟାଳୟ ରେ ଜଣେ ଦୁଇ ଜଣ ବାବୁ ଥାନ୍ତି, ଏଣେ Line ରେ ଖଚାଖଚ ଭିଡ଼,ସୁରକ୍ଷା କର୍ମୀ ଯିଏ ଲାଇନ ଦାୟିତ୍ୱରେ ଥାଏ ତାକୁ ଯାଇ ଅନୁରୋଧ କଲି, ଟିକେଟ ମଧ୍ୟ ଦେଖାଇଲି, କହିଲା ଆଜ୍ଞl ମୁ କଣ କରିବି ମୋ ଉପରେ ଲୋକେ ବରଷିବେ, ଆପଣ ଅଫିସରେ ଯାଇ ବାବୁ ଙ୍କୁ କୁହନ୍ତୁ, ଅଫିସ ଯାଇ ବାବୁ ଜଣଙ୍କୁ ଅନୁରୋଧ କଲି, ମା ଙ୍କ କୃପା ରୁ ତାଙ୍କ ମନ ରେ ଟିକେ ପରିବର୍ତନ ହେଲା, ସେ ଜଣେ କର୍ମଚାରୀ ପଠାଇ ଆମର ଦର୍ଶନ କରାଇଦେଲେ, ଏବଂ ରୁମ କୁ ଆସି ଲେଗେଜ ଧରି ଟ୍ରେନ ଗନ୍ତବ୍ୟ ର ପନ୍ଦର ମିନିଟ ପୂର୍ବରୁ ଷ୍ଟେସନ ରେ ପହଂଚିଲୁ, ଯାହାହେଉ ଗାଡି ସେଦିନ ଅଧାଘଣ୍ଟା ଲେଟରେ ଆସି ଲାଗିଲା. ଯାହାହେଉ ମା ଙ୍କ ଆଶୀର୍ବାଦରୁ ଦର୍ଶନ ସଫଳ ହେଲା ଏବଂ ଆମ ଯାତ୍ରା ମଧ୍ୟ ସଫଳ ହେଲା. ମା ଙ୍କ ଦର୍ଶନ ନକରି ଫେରିଥିଲେ ମୋ ମନ ମଧ୍ୟରେ ଏକ ଅବଶୋଷ ରହିଥାନ୍ତି I ଅବଶ୍ୟ ରାୟଗଡା ର ଝୁଲାବ୍ରିଜ, ନାଗlବଳୀ ନଦୀ, ହାତୀ ପଥର, ଜଗନ୍ନାଥ ମନ୍ଦିର, ତେରୁବାଲି, J.K.ପେପର ମିଲ, ପ୍ରେମପର୍ବତ ଭଳି ଭଳି କିଛି ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ସମୟ ପାଇପାରିଲୁନି. ମୋ ଜୀବନ ର ଦୁଇଟା ଅନୁଭୂତି ଘଟଣା କୁ ଏଠାରେ ବର୍ଣନା କଲି. କ୍ଷମା କରିବେ ଭୁଲ ଭାଲ ଓ ତ୍ରୁଟି ପାଇ.ଲେଖା ଲେଖି କୁ ନେଇ ଅଯଥା ଅହଂକାର କରିବା ଅନୁଚିତ I ପାଠକ, ପାଠିକା ମନେ ହିଁ ସର୍ବଦା ଶ୍ରେଷ୍ଠ ବିଚାରକ. ସେମାନଙ୍କ ମତାମତ କୁ ସମ୍ମାନ ଜଣାଇବl ଲେଖକ /ଲେଖିକା ଙ୍କ ଉଚିତ. ଅଯଥା ରେ ଆତ୍ମ ଅଭିମାନ ରେ ଉଲ୍ଲସିତ ହେବା ଅନୁଚିତ I

Advertisement