କୋଦଳା,୧୦/୯(ସୂର୍ଯ୍ୟନାରାୟଣ ବଡୁ) : ବୁଧବାର ଠାରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘରକୁ ଘର ବୁଲି ଅମ୍ଳଜାନସ୍ତର ଯାଞ୍ଚ ଅଭିଯାନ ଆରମ୍ଭ ହୋଇ ଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଗଞ୍ଜାମ ଜିଲ୍ଲାରୁ ମହାମାରୀ କରୋନାର ମୂକାବଲା କରିବା ସହିତ ଏହାକୁ ସମ୍ମୁଳେ ମାତ୍ ଦେବା ପାଇଁ ସପ୍ତାହ ବ୍ୟାପି ଅମ୍ଳଜାନ ସ୍ତର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏନଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ପ୍ରତ୍ଯକ୍ଷ୍ଯ ତତ୍ଵାବଧାନରେ ଅଙ୍ଗନବାଡି କର୍ମୀ , ସହାୟିକା ,ଏଏନଏମ , ଶିକ୍ଷ୍ଯକ/ଶିକ୍ଷୟତ୍ରୀ ,କୋଭିଡ ମନିଟରଙ୍କୁ ନେଇ ପ୍ରତ୍ୟକ ୱାର୍ଡ଼ ପାଇଁ ଗୋଟିଏ ଗୋଟିଏ ଟିମ ଗଠନ କରି ଘର ଘର ବୁଲି ପରିକ୍ଷ୍ୟା କରୁଛନ୍ତି । ଗୁରୁବାର ଡେରାସାହି ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ ,ସହାୟିକା ସବିତା ସାହୁ , ଏଏନଏମ ଦମୟନ୍ତୀ ତରେଇ ,ଶିକ୍ଷକ ଅଶୋକ କୁମାର ପଳତା ,କୋଭିଡ ମନିଟର ବାବୁଲା ମୁଦୁଲି , ମନୋଜ ବିଶୋଇ,କଲ୍ୟାଣୀ ଦୀକ୍ଷିତ ଡେରାସାହି , ଦଶବଖରା ସାହି ଓ ଗୋହିରୀନାଳ ସାହି ର ଘର ଘର ବୁଲି ପ୍ରତ୍ୟକ ପରିବାର ସଦଶ୍ୟଙ୍କ ଅମ୍ଳଜାନ ସ୍ତର ଯାଞ୍ଚ କରିଥିଲେ । ଏହାକୁ ତଦାରଖ କରିଥିଲେ ସ୍ୱତନ୍ତ୍ର ଅଧିକାରୀ । ଗୁରୁତର ରୋଗାକ୍ରାନ୍ତ ରୋଗୀ , ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟବସ୍ଥାକୁ ଭଲଭାବେ ଯାଞ୍ଚ କରିବାକୁ କହିବା ସହ ଯଦି କେହି ଗୁରୁତ୍ଵ ରୋଗୀ ଚିହ୍ନଟ ହୁଏ ତତ୍କାଳ ତାକୁ କୋଭିଡ କେୟାର ହୋମକୁ ନେଇ ଜରୁରୀ ଚିକତ୍ସା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।ବର୍ତ୍ତମାନ ଏନଏସିରେ କରୋନା ସଂକ୍ରମିତ ସଂଖ୍ଯା ନିମ୍ନ ଗାମୀ ହୋଇଛି କିନ୍ତୁ ଭୟ ଦୂର ହୋଇନି । ଲୋକଙ୍କୁ ସଚେତନ କରିବା ସହିତ ପଞ୍ଚସୂତ୍ରୀ ନିୟମ ମାନି ଚାଲିବାକୁ ପଡିବ ବୋଲି ଲୋକମାନଙ୍କୁ ବୂଝାଉଥିବା ଦେଖିବାକୁ ମିଳିଛି ।


















