କୁକୁଡାଖଣ୍ଡି,୧୦/୯(ଇ.ରଞ୍ଜନ) : ସଦରଥାନା ଅଧିନ ଗୁଣ୍ଠବନ୍ଦ ଗ୍ରାମରେ ଦୁଇ ଦିନ ତଳେ ଜଣେ ବ୍ୟକ୍ତି ଙ୍କ ୬ଟି ଛେଳି ଚୋରି ଅଭିଯୋଗରେ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଥାନା ଅଧିନ ରେ ରାତ୍ରରେ ଚୋର ମାନେ ଛେଳି ଚୋରାଉଥିବା ଅଭିଯୋଗ ହୋଇଛି । ପେଟ୍ରୋଲିଙ୍ଗ ସତ୍ୱେ ମଧ୍ୟ ପୋଲିସକୁ ଖାତର ନକରି ଚୋର ମାନେ ସକ୍ରିୟ ହେଉଛନ୍ତି । ଛେଳି ଚୋରି ଅଭିଯୋଗରେ ଗୋସାଣିନୂଆଗାଁର ଦେବାଶିସ ପଣ୍ଡା, ରାଜ ସାହୁକୁ ୨୫୮/୨୦ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି ।


















